ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି (୨୭ ଜୁଲାଇ ସୋମବାର ) ରଣପୁର NAC :- ରଣପୁର ଏନେସି ର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ମୂଳକ କାର୍ଯ୍ୟ କରିବା ପାଇଁ ଏନେସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିସୋୟୀ ଏବେ ଜୋରଦାର ଲାଗି ପଡିଛନ୍ତି ରଣପୁର ର ଉନ୍ନତି କରଣ ଦିଗରେ । ରଣପୁର ର ସୌନ୍ଦର୍ଯ୍ୟକରଣ କରିବା ପାଈଁ ତାଙ୍କ ଠାରୁ ପ୍ରେରଣା ପାଇ ଏନେସି ର ଅନ୍ୟ ଅଧିକାରୀ ମାନେ ତତ୍ପର ହୋଇ ଉଠିଛନ୍ତି ।
ଏହାର ଜ୍ବଳନ୍ତ ଉଦାହରଣ ବାଘ ସାମନ୍ତ ପଡିଆ ପାଚେରୀ କୁ ସମ୍ପୁର୍ଣ୍ଣ ରଙ୍ଗ କରି ସ୍ପୋର୍ଟସ୍ ର ବିଭିନ୍ନ ମନ ମୁଗ୍ଧକର ଚିତ୍ରଙ୍କନ ଅଙ୍କନ କରେଇଛନ୍ତି ଏଥିସହ ମିନି ଷ୍ଟାଡିୟମ୍ ର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ପିଲା ମାନଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ମନବଳ କୁ ବୃଦ୍ଧି କରୁଛି ।
ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିସି ହାଇସ୍କୁଲର ପାଚେରୀ ଗୁଡ଼ିକରେ ରଣପୁର ର ଇତିହାସ କୁ ଅବିସ୍ମରଣୀୟ ରଖିବା ପାଈଁ ଐତିହ କୁ ଚିତ୍ରିତ କରାଯାଉଅଛି । ଓ ରଣପୁର ର ସାଗର ପୋଖରୀ ହୁଡା଼ ର ଚାରିପାଖରେ ଇଟା ର ପ୍ୟାଚିଂ ପକେଇବା ସହ ଗାଧୋଇବା ତୁଠରେ ମହିଳା ମାନଙ୍କ ପାଈଁ ଏକ ଚେଞ୍ଜିଙ୍ଗ ରୁମ୍ ତିଆରି କରାଯାଉଅଛି ।
ସାଗର ପୋଖରୀ ର ଚାରିପାଖ କିପରି ସୌନ୍ଦର୍ଯ୍ୟ କରଣ କରାଯିବ ତାହା ହାତ କୁ ନେଇଛନ୍ତି ନିଜେ ତାପସ୍ ବିସୋୟୀ । ଏନେସି ର ପ୍ରତ୍ୟେକ ଉନ୍ନତି ମୂଳକ କାମ କୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି ଏନେସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିସୋୟୀ ।
ଆଗକୁ ରଣପୁର ର ବଧି ପୋଖରୀ ର ଚଟାଣ କାମ କରାଯିବ ଏହି ଉନ୍ନତିକରଣ କାର୍ଯ୍ୟ କରେଇବା ଦିଗରେ ଶ୍ରୀ ବିସୋୟୀ ସାର ଆଗଧାଡ଼ି ରେ ରଣପୁର ଏନେସି ରେ ଯେ କୌଣସି ଲୋକ ହେଉ ନା କାହିଁ ଲୋକଙ୍କ ର ଆବଶ୍ୟକ ମୁତାବକ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏନେସି ଅଧିକାରୀ ।