No Result
View All Result
୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି -> ମୋହନା ବ୍ଳକର ଡମ୍ବଗୁଡା ପଞ୍ଚାୟତର ନିଲ୍ଡିକିଆ, ବାଡେଇଗୁଡା ପଞ୍ଚାୟତର ବୁଡାକୁଆ ଓ ଅଡବା ପଞ୍ଚାୟତର ଆଦର୍ଶ ସାହିର ଲୋକମାନେ ବିଦ୍ୟୁତ ସଂଯୋଗ ଓ ଡମ୍ବଗୀଡା ପଞ୍ଚାୟତର ବୁଡାନିଡି ଗ୍ରାମରୁ ନିଲ୍ଡକିଆ ଗ୍ରାମର ପକ୍କା ରାସ୍ତା ନିର୍ମାଣ କରିବା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ ।

ଏହି ସମସ୍ତ ସୁବିଧାର ସମାଧାନ ନିମନ୍ତେ ନିଲ୍ଡିକିଆ, ବୁଡାଗୁଡା ଓ ଆଦର୍ଶ ସାହିର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମୋହନା ସରକାରୀ ହାଇସ୍କୁଲ ପଡିଆରୁ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ବିଡିଓ ଙ୍କୁ ସମସ୍ୟା ସମ୍ପର୍କତ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ନିର୍ବାଚନ ପୂର୍ବରୁ ଏହି ସମସ୍ତ ସମସ୍ୟା ସମାଧାନ କରାନଗଲେ ଅଞ୍ଚଳବାସୀ ଭୋଟ ବର୍ଜନ କରବେ ବୋଲି ଚେତାବନୀ ଦେଇଛନ୍ତି ।

No Result
View All Result