
ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) ନୟାଗଡ :- ସାହିତ୍ୟର ପୃଷ୍ଟା ଲେଉଟାଉଥିଲେ ସମାଜ ସେବାର ଦିଗ ବାରେଣି ଖୁଣ୍ଟ ସାଜିଥିଲେ । କବି ଓ କବୟିତ୍ରୀ ଙ୍କ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧୁଥିଲେ । ଖଟିଖିଆ, ମେହନତି ମଣିଷର ହକ ହାସଲ ପାଇଁ ନିର୍ଭିକ ଲେଖନୀ ଚାଳନା କାରବାକୁ ପଛାଉ ନଥିଲେ । ଏପରିକି ସମାଜର ସାମଗ୍ରିକ ଉନ୍ନତି ସକାଶେ ଅର୍ଥକାରୀ ଫସଲ ଚାକିରୀ ମଧ୍ୟ ଛାଡ଼ିଦେଇଥିଲେ । ଚେହେରା ଯେମିତି ବିଶାଳକାୟ ଥିଲା ନିଜର ମହାନତା, ଉଦାରତା ମଧ୍ୟ ସମାଜରେ ବାଣ୍ଟିବା ପାଇଁ ମାନସିକ ଚିନ୍ତା ଓ ଚେତନା ମଧ୍ୟ ବିଶାଳ ଥିଲା ବୋଲି ନୟାଗଡ ଜିଲ୍ଲା ତଥା ଓଡଗାଁ ଅଞ୍ଚଳର ବିଶିଷ୍ଟ ଚିନ୍ତାନାୟକ, ସମାଜସେବୀ, କବି, ସାମ୍ବାଦିକ ସ୍ବର୍ଗତ ଗୌରାଙ୍ଗ ପ୍ରଧାନଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କରୋନା ମାର୍ଗଦର୍ଶକା ଅନୁଯାୟୀ ଅନୁଷ୍ଠିତ ସ୍ମୁତି ସଭାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ନିଜ ବକ୍ତବ୍ୟ ପ୍ରଦାନ କରି ଛନ୍ତି ।

ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଶରଣକୁଳ ନିକଟସ୍ଥ ବାଉଁଶିଆ ଠାରେ ଥିବା “ଆଶ୍ରୟ” ଆଶ୍ରମ ପରିସରରେ ଏକ ସ୍ମୁତି ସଭା ବିଶିଷ୍ଟ ସମାଜସେବୀ, ସାହିତ୍ୟ ପୃଷ୍ଟପୋଷାକ, ସାଂସ୍କୃତିବିତ ତଥା ପୂଜ୍ୟପୂଜାର ମହାନ ବାର୍ତ୍ତାବହ ଭାବେ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧିଲାଭ କରିଥିବା ବିଶିଷ୍ଟ ବିଦ୍ୱାନ ଲୋକନାଥ ଦାଶଙ୍କ ସୁନ୍ଦର ସଂଯୋଜନାରେ ସ୍ମୁତିସଭା ସହ ପୁସ୍ତକ ଉନ୍ମୋଚନ, କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ସାମ୍ବାଦିକ, ସାହିତ୍ୟିକ, ସାମାଜିକକର୍ମୀ ରାମକୃଷ୍ଣ ରଥଙ୍କ ସଭାପତିତ୍ବର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଲୋକନାଥ ମିଶ୍ର ମୁଖ୍ୟ ଅତିଥି, ସମାଜସେବୀ ଦାମ ସାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବାବେଳେ ଏ କରୋନା ସମୟରେ ସରକାରୀ ଆଇନ କାନୁନକୁ ସନମାନ ଦେଇ ଏ

ଅସମୟରେ ଏହି ସ୍ମୁତି ସଭାକୁ ନିରାଡ଼ମ୍ବର ଭାବେ ପାଳନ କରାଇ ବାପାଙ୍କ ସ୍ମୁତିକୁ ଉଜ୍ବଳ କରାଇଥିବା ଉପସ୍ଥିତ ସାମ୍ବାଦିକ, ସାହିତ୍ୟିକ ଏପରିକି ଆଶ୍ରୟ ଅନୁଷ୍ଠାନର ସମସ୍ତ କର୍ମକର୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଗୌରାଙ୍ଗ ପ୍ରଧାନ ସ୍ମୁତି କମିଟିର ସମ୍ପାଦକ ତଥା ନୟାଗଡ ବାରର ବିଶିଷ୍ଟ ଆଇନଜୀବୀ ଚିତ୍ତ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ସଭା ପ୍ରାରମ୍ଭରୁ ଚଳଚିତ୍ର ଅଭିନେତା ବିଜୟ ମହାନ୍ତି, ଆଇ. ଏ. ଏସ ଅଧିକରୀ ପ୍ରିୟବ୍ରତ ପଟନାୟକଙ୍କ ଅନ୍ୟ ଦିବଂଗତଙ୍କ ଉଧେଶ୍ୟ ରେ ନିରବ ପ୍ରାର୍ଥନା କରା ଯାଇଥିଲା ।

ତେବେ ଏହି ମହାନ କାର୍ଯ୍ୟକୁ “ଆଶ୍ରୟ” ଆଶ୍ରମ ପରିବାରର ସଦସ୍ୟମାନଙ୍କର ଅକୁଣ୍ଠିତଚିତ୍ତ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦିତ ହୋଇଥିବା ବେଳେ ନୟାଗଡ ଜିଲ୍ଲର ବିଶିଷ୍ଟ ସମାଜସେବୀ ତଥା ସଂସ୍କାରକ ଦାମ ସାର ଙ୍କ ଅନାବିଳ ସ୍ନେହ ମମତା କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଥିଲା । ତେବେ ସଭାପତିତ୍ୱ କରୁଥିବା ସାମ୍ବାଦିକ ସାହିତ୍ୟିକ ରାମକୃଷ୍ଣ ରଥ, କବି ଲୋକନାଥ ମିଶ୍ର ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମଂଚାସୀନ ଅତିଥିଗଣ ପୁସ୍ତକ ଉନ୍ମୋଚନ କରିଥିଲେ । ( ରିପୋର୍ଟ ରାମକୃଷ୍ଣ ରଥ )













