୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ନୟାଗଡ଼ ସହରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ମହାନଦୀ ରୁ ଆସୁଥିବା ଜଳକୁ ବିଶୋଧନ କରିବା ପାଇଁ ଉଦ୍ଧିଷ୍ଟ ଖଣ୍ଡପଡ଼ା ଠାରେ ଅବସ୍ଥାପିତ ବିଶୋଧନାଗାରର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ଯ ଚାଲୁ ରହିଅଛି । ଯଦ୍ୱାରାକି ନୟାଗଡ଼ ସହର ଆବଶ୍ୟକତା ର ଶତ ପ୍ରତିଶତ ଜଳଯୋଗାଣ ସମ୍ଭବ ନୁହେଁ ।
ଏହି କାର୍ଯ୍ୟ ୫ ଦିନରୁ ୬ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ସଙ୍ଗେ ସଙ୍ଗେ ଜଳ ଯୋଗାଣ ଆଂଶିକ ଭାବେ ଅବ୍ୟାହତ ରହିବ, କିନ୍ତୁ ସହରର ଆବଶ୍ୟକତାର ଶତକଡା ୫୦ ଭାଗ ଜଳ ଯୋଗାଣ ସମ୍ଭବ ହୋଇପାରିବ ଏଥି ସମ୍ବନ୍ଧେ ଆଗୁଆ ତଥ୍ୟ ଜନ ସ୍ୱାସ୍ଥ୍ୟ ଉପବିଭାଗ ଦାୟିତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ନୟାଗଡ଼ ଠାରୁ ଉପଲବ୍ଧ । ଉକ୍ତ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଜନସାଧାରଣ ତଥା ଉପଭୋକ୍ତା ଙ୍କର ସହଯୋଗ କାମନା କରିବା ସହ ସାମୟିକ ଏବଂ ଆଂଶିକ ଜଳ ଯୋଗାଣ ବ୍ୟାହତ ନିମନ୍ତେ ଦୁଃଖ ପ୍ରକାଶ କରିଛନ୍ତି ।