No Result
View All Result
୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ୧୫ ନଂ ୱାର୍ଡ ନିବାସୀ ସମାଜସେବୀ, ଧର୍ମ ପରାୟଣ ବୟଜୈଷ୍ଠ ମହିଳା ଅପସରା ଦେବୀଙ୍କ ଆଜି ସକାଳ ୧୦ ଘଣ୍ଟା ସମୟରେ ତାଙ୍କ ବାସ ଗୃହରେ ପରଲୋକ ହୋଇଯାଇଛି. ସେ ଜଣେ ପରଉପକାରୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ମହିଳା ହୋଇଥିବାରୁ ତାଙ୍କ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି. ତାଙ୍କର ଶେଷ ଦର୍ଶନ ପାଇଁ ଅଞ୍ଚଳବାସୀ, ଶୁଭେଛୁ ବନ୍ଧୁବର୍ଗ ତାଙ୍କ ବାସ ଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ପ୍ରଦାନ କରି ଶେଷ ଦର୍ଶନ କରିଥିଲେ.
ଗଜପତି ଜିଲ୍ଲା ଯୋଗାଣ ବିଭାଗର ବରିଷ୍ଠ କର୍ମକର୍ତ୍ତା ଶଙ୍କରଲାଲ ସୋରେନଙ୍କ ସେ ମାତା ଅଟନ୍ତି. ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ ବିଜୟ ରାମରାଜୁଙ୍କ ସେ ଶାଶୁ ଅଟନ୍ତି. ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା. ତେଣୁ ତାଙ୍କ ବିୟୋଗରେ ଜିଲ୍ଲା କର୍ମଚାରୀ ସଂଘ ବହୁ ପଦାଧିକାରୀ, ଆନ୍ଧ୍ର ପ୍ରଦେଶର ପୁରୁଣା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ରେଡ୍ଡୀ ଶାନ୍ତି ପୂର୍ବତନ ବିଧାୟକ ଡି.ନାରାୟଣ ରାଓଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ରଘୁନାଥ ବେହେରା, ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ,
ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡାଙ୍କ ସମେତ ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ପପୁ ମିଶ୍ର, ବୀର କିଶୋର ପଟ୍ଟନାୟକ, ଜଗଦୀଶ ପଣ୍ଡା ବାବୁ, ଟିଟି, ଦେବ, ଆନନ୍ଦ, ସୁମନ୍ତ ପାଢ଼ୀ ରଜେଶ୍ୱର , ରାଜେଶ ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡି ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ପୃକ୍ତ ଧର୍ମ ପରାୟଣ ବ୍ୟକ୍ତି ମହିଳାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ଆତ୍ମର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି. ଆଜି ପୁରୀ ସ୍ୱର୍ଗ ଦ୍ୱାର ଠାରେ ତାଙ୍କର ସାଂସ୍କର କାର୍ୟ୍ୟକ୍ରମ ସମ୍ପୂର୍ଣ କରିବା ପାଇଁ ମର ଶରୀର ସହ ପରିବାର ବର୍ଗ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି.

No Result
View All Result