ନୂଆଗାଁ ବ୍ଲକ୍ ରେ ୧୧୪୯ ଜଣ ଛାତ୍ର ଛାତ୍ରୀ ଦେଲେ – ମାଟ୍ରିକ ପରୀକ୍ଷା

ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇ ଯାଇଛି ମାଟ୍ରିକ ପରୀକ୍ଷା । ନୂଆଗାଁ ବ୍ଲକର ୭ ଗୋଟି ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସମୁଦାୟ ୧୧୪୯ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୨୦ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତି ଅଛନ୍ତି । ସୂଚନା ମୁତାବକ ନୂଆଗାଁ ଉଚ୍ଚ ବିଦ୍ୟାଳୟମଧ୍ୟରେ ୨୫୪ ଛାତ୍ର ଛାତ୍ରୀଙ୍କ ନାମ ଥିବା ବେଳେ ୨୪୯ ଉପସ୍ଥିତ ୫ ଅନୁପସ୍ଥିତ ରହିଥିଲେ । ଜଗନ୍ନାଥ ପ୍ରସାଦ ଉଚ୍ଚ ବିଦ୍ୟାଳୟରେ ୧୨୪ ରୁ ୧୨୪ ଉପସ୍ଥିତ ରହିଥିଲେ ।

ମହିପୁର ଉଚ୍ଚ ବିଦ୍ୟାଳୟ ମଧ୍ୟରେ ୨୧୪ ରୁ ୨୧୧ ଉପସ୍ଥିତ ୩ ଜଣ ଅନୁପସ୍ଥିତ ରହିଥିଲେ । ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୪୩ ରୁ ୧୪୧ ଉପସ୍ଥିତ ୨ ଜଣ ଅନୁଉପସ୍ଥିତ ରହିଥିଲେ । ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ,ଚାହlଳିରେ ୧୭୩ ରୁ ୧୬୮ ଉପସ୍ଥିତ ୫ ଅନୁପସ୍ଥିତ ରହିଥିଲେ । ଗ୍ରାମ ପଞ୍ଚାୟତ ବିଦ୍ୟାପୀଠ ବେରୁଆବାରୀରେ ୧୧୮ ରୁ ୧୧୮ ଉପସ୍ଥିତ ରହିଥିଲେ ।

ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡଝୋଲାରେ ୧୪୩ରୁ ୧୩୮ ଉପସ୍ଥିତ ୫ ଅନୁପସ୍ଥିତ ରହିଥିଲେ । ସମୁଦାୟ ୨୦ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଥିଲେ । ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ।