ଓଡିଶା ତାଜା ନ୍ୟୁଜ୍ (୨୬ ଜୁଲାଇ ରବିବାର) କଳାହାଣ୍ଡି :- କଳାହାଣ୍ଡି ଉପଜିଲ୍ଲାପାଳ ଅନୀଶା ଦାସ କାର୍ଯ୍ୟରୁ ନିଲମ୍ବିତ ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ରବିବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ବିତ କରାଯାଇଛି ଓ ତାଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଜିଲ୍ଲା ମୁଖ୍ୟାଳୟ ନ ଛାଡ଼ିବାକୁ କୁହାଯାଇଛି । ଏଠାରେ ପ୍ରକାଶ ଯେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ସେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ ଓ ସେହି ସମୟରେ ସେ ବିବାଦୀୟ ହୋଇଥିଲେ ।
ବଡ଼ସାହି ଅଞ୍ଚଳର ଜଣେ ଟ୍ରକ ମାଲିକଙ୍କ ଠାରୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ଟ୍ରକ ମାଲିକ ତାଙ୍କ ନାମରେ ବୈଶିଙ୍ଗା ଠାରେ ଏକ ମାମଲା ଦାୟର କରିଥିଲେ । ଏ ସମ୍ପର୍କିତ ଏକ ଅଡିଓ ଟେପ ମଧ୍ୟ ଟ୍ରକ ମାଲିକ ଥାନାରେ ଦେଇଥିଲେ । ତେବେ ଏହା ମାଫିଆମାନଙ୍କ ଦ୍ଵାରା ତାଙ୍କୁ ବଦନାମ କରିବାର ଷଡ଼ଯନ୍ତ୍ର ବୋଲି ସେ ସମୟରେ ଅନୀଶା ଦାସ କହିଥିଲେ । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାର ଉପଜିଲ୍ଲାପାଳ ଭାବେ ତାଙ୍କର ବଦଳି ହୋଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ)