No Result
View All Result
୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୁଷ ବିଭାଗ ଅଧୀନରେ କାର୍ଯ୍ୟରତ ହୋମିଓପାଥି ଡାକ୍ତର ମାନଙ୍କୁ ଟିବି ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁବାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଯକ୍ଷ୍ମା ରୋଗ ଚିହ୍ନଟ ଓ ନିରାକରଣ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ପାଖରେ ଉପଲବ୍ଧ ଥିବା ଭିତ୍ତିଭୂମି ଓ ମାନବ ସମ୍ବଳର ସଦ୍ ବିନିଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତି କରିବାକୁ କହିଥିଲେ । ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ଜେନା ମୁଖ୍ୟ ପ୍ରଶିକ୍ଷକ ଭାବେ ତାଲିମି ଦେଇଥିଲେ ।
ଚିକିତ୍ସା ଆରମ୍ଭ କରିବାକୁ ଯାଉଥିବା ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ କଫ ପରୀକ୍ଷଣ ପାଇଁ ପରାମର୍ଶ ଦେବା ଓ ଏଥିପାଇଁ ସମ୍ପୂର୍ଣ ମାଗଣାରେ ଚିକିସ୍ଥା ହୋଇପାରିବ ବୋଲି ସୂଚନା ଦିଆଯାଇଥିଲା । ନିୟମିତ ଔଷଧ ସେବନ ଦ୍ଵାରା ଟିବି ରୋଗ ନିୟନ୍ତ୍ରଣ ହୋଇପାରିବ ସେ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଦିଲୀପ କୁମାର ପ୍ରଧାନ, ଦୀପକ ଦଳବେହେରା, ଆଶୁତୋଷ ସାମନ୍ତସିଂହାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
No Result
View All Result