No Result
View All Result
୨୦ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଡ୍ୟୁଟି ସାରି ଏକ ଜରୁରୀ କାମରେ ଘରକୁ ଫେରୁଥିଲେ। ମାତ୍ର ଘରଠାରୁ ଅଳ୍ପକିଛି ଦୂରରେ ଏକ ଗଛରେ ପିଟିହୋଇ ଜଣେ ବନପାଳଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବାଣିଗୋଛା (ପୂର୍ବ) ବନାଞ୍ଚଳର ଢିପିସାହି ସେକ୍ସନରେ କାର୍ଯ୍ୟରତ ବନପାଳ ତରୁଣସେନ୍ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁଯାୟୀ ସେ ଆଜି ସକାଳୁ ଡ୍ୟୁଟି ସାରି ଛୁଟିରେ ଘରକୁ ବାହାରିଥିଲେ। ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିକଟସ୍ଥ କାରନ୍ଦା ଗୁଡ଼ିମୁଣ୍ଡାଠାରେ ଅପରାହ୍ନ ୨ଟା ସମୟରେ ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ହିନ୍ଦୋଳ ବ୍ଲକ୍ର ଗିରିଧରପ୍ରସାଦ ବୋଲି ଜଣାପଡ଼ିଛି।

ତାଙ୍କ ଘରଠାରୁ ପ୍ରାୟ ଏକ କିମି ଦୂରରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏ ନେଇ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲ୍ଗୁନୀ ସାରଥି ମଲିକ କହିଛନ୍ତି ସେ ଆଜି ସକାଳୁ ଛୁଟିରେ ଘରକୁ ଯାଇଥିଲେ। ମାତ୍ର ଏଭଳି ଦୁର୍ଘଟଣା ଖବରପାଇ ବିଭାଗୀୟ କର୍ମଚାରୀ ମାନେ ତାକଂ ଗ୍ରାମକୁ ଯାଇଛନ୍ତି।

No Result
View All Result