ଇଲେକ୍ଟ୍ରିକ୍ ବାଇକ ନିର୍ମାତା ଙ୍କୁ ସମ୍ବର୍ଦ୍ଧନା

୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନ :-> ନିଜସ୍ଵ ଜ୍ଞାନ କୌଶଳରେ ଅତ୍ୟାଧୁନିକ ଇଲେକ୍ଟ୍ରିକ ବାଇକ୍ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ଭୁବନ ଏନ୍ ଏ ସି ଅନ୍ତର୍ଗତ ୫ ନମ୍ୱର୍ ୱାର୍ଡ ର ହବିବ ଖାଁ ଙ୍କ ପୁତ୍ର ସୁରଜ ଖାଁ ଙ୍କୁ ଜଗବନ୍ଧୁ ଜରାଶ୍ରମ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏନ୍ ଏ ସି ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରଜ ଖାଁ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରି ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଜୟନ୍ତ ରାଉତ ରାୟ,ବରିଷ୍ଠ ନାଗରିକ ସଙ୍ଘ ସଭାପତି ଶ୍ରୀଧର ବେହେରା, ବ୍ରହ୍ମାନନ୍ଦ ସାହୁ ,ଯୁବ ସମାଜସେବୀ ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜଗବନ୍ଧୁ ଜରାଶ୍ରମ ସମ୍ପାଦକ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁରଜ ଖାଁ ଙ୍କ ଗ୍ରାଜୁଏସନ ପାଠ ପଢା ଦାୟିତ୍ଵ ଜଗବନ୍ଧୁ ଜରାଶ୍ରମ ନେବ ବୋଲି ସୂଚନା ଦେଇଥିଲେ । ଶେଷରେ ସୁରଜ ଖାଁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ,ଅଭାବ ଅସୁବିଧା ହିଁ ନୂତନ ଉଦ୍ଭାବନ ପାଇଁ ବାଟ ଦେଖାଏ ।

ଏକ ଗରିବ ମୁସଲିମ ପରିବାର ରେ ତାଙ୍କର ଜନ୍ମ ,ଅର୍ଥ ଅଭାବ ରୁ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ। କିଛି ନୂଆ କରିବା ତାଙ୍କର ନିଶା । ମୋବାଇଲ୍ ଗୁଗଲ ରେ ସର୍ଚ୍ଚ କରି ପୂର୍ବରୁ ଇଲେକ୍ଟ୍ରିକାଲ ଓୟାରିଁ ଶିଖି କୁଲର,ପାୱାର ବ୍ୟାଙ୍କ୍, କଲିଙ୍ଗ ବେଲ୍ ଇତ୍ୟାଦି ତିଆରି କରିଥିଲେ l ନିଜ ଆବଶ୍ୟକତା ପାଇଁ ଇଲେକ୍ଟ୍ରିକ ବାଇକ୍ ନିର୍ମାଣ କରିଛନ୍ତି ।ବ୍ୟାଟେରୀ ଗାଡି ରେ ସମୁଦାୟ ୪୫ ହଜାର ଟଙ୍କା ଖର୍ଚ୍ଚ । ଥରେ ଚାର୍ଜ କଲେ ୪୦ ରୁ ୫୦ ସ୍ପିଡ ରେ ପ୍ରାୟ ୧୦୦ କିମି ଯାଇହେବ ବୋଲି ବାଇକ୍ ନିର୍ମାତା ସୁରଜ ଖାଁ ପ୍ରକାଶ କରିଥିଲେ ।