ଓଡିଶା ତାଜା ନ୍ୟୁଜ୍ (୨୬ ଜୁଲାଇ ରବିବାର) ଭୁବନେଶ୍ୱର :- କୋଭିଡ୍ -୧୯ ମହାମାରୀର ମୁକାବିଲାରେ ଉଭୟ ବ୍ୟକ୍ତିଗତ ଓ ବୃତିଗତ ସ୍ତରରେ ମହିଳାମାନେ ପୁରୁଷଙ୍କ ସହ ଠିଆ ହୋଇ ଲଢ଼େଇ କରିବା ସହ ଦାୟିତ୍ୱକୁ ସମାନ ରୂପେ ବାଂଟୁଛନ୍ତି । ବିଶ୍ୱ ନେତାଙ୍କ ଠାରୁ ଆରମ୍ଭ କରି ଡାକ୍ତର, ନର୍ସ, ପୋଲିସ, ପାଇଲଟ, ମା, ଶିକ୍ଷକ, ସାମ୍ବାଦିକ ଓ ଅନ୍ୟାମାନଙ୍କୁ ସେମାନଙ୍କ ଦକ୍ଷତା ପାଇଁ ପ୍ରଶଂସା କରାଯାଉଛି । ‘ଆଇଟିସି ଭିଭେଲ୍’ ପକ୍ଷରୁ ‘ଅବ୍ ସମଝୌତା ନେହିଁ’ ଦର୍ଶନ ଅନୁସାରେ ମହିଳା ସଶକ୍ତୀ କରଣ ଓ ସମାନତାକୁ ନେଇ ସ୍ୱର ଉତୋଳନ କରାଯାଇଛି । ମହିଳାଙ୍କ ବିରୋଧରେ ହେଉଥିବା ଅନ୍ୟାୟ ପ୍ରତି ମୁହଁ ଖୋଲାଯାଉଛି । ବ୍ରାଣ୍ଡ୍ ଆମ୍ବାସାଡର କ୍ରିତି ସେନନଙ୍କୁ ନେଇ ଆଇଟିସି ଭିଭେଲ୍ ପକ୍ଷରୁ ଏକ ନୂତନ ଟିଭି ବିଜ୍ଞାପନ ଉନ୍ମୋଚନ କରାଯାଇଛି ।
ବଲିଉଡ୍ର ଜଣେ ଉଦୀୟମାନ ଏବଂ ପ୍ରତିଭାବାନ ଅଭିନେତ୍ରୀ ଭାବେ ଜଣାଶୁଣା କ୍ରିତି ଏହି ଟିଭି ବିଜ୍ଞାପନରେ ନାରିତ୍ୱର ଏଭଳି ଭାବକୁ ଉପସ୍ଥାପନ କରୁଛନ୍ତି ଯିଏ ଛୋଟ ବଡ଼ ସମସ୍ୟାକୁ ନିଜ ହିସାବରେ ସମାଧାନ କରି ଦୃଢ଼ତାର ପ୍ରଦର୍ଶନ କରୁଛନ୍ତି । ବୃତିଗତ କ୍ଷେତ୍ରରେ ମହିଳାମାନେ ସାମ୍ନା କରୁଥିବା ସମସ୍ୟାକୁ ଏଥିରେ ପ୍ରଦର୍ଶନ କରାଯାଇଛି । କୌଣସି ପରସ୍ଥିତିରେ କିଭଳି ନିଜର ମର୍ଯ୍ୟାଦା ରଖି କୌଣସି ସାଲିସ ନକରି ଆତ୍ମ ବିଶ୍ୱାସ ଓ ସାହସର ସହ ସମସ୍ୟାର ମୁକାବିଲା କରାଯାଏ ତାହାକୁ ସେ ପ୍ରଦର୍ଶନ କରୁଛନ୍ତି । ବ୍ରାଣ୍ଡ୍ ଡେଭିଡ୍ ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ସିନେମା ହେଉଛି ଭିଭେଲ୍ର ଦର୍ଶନ ‘ଅବ ସମଝୌତା ନେହିଁ’ର ଉପସ୍ଥାପନା । ଭିଭେଲ ଅବ ସମଝୌତା ନେହି ହେଉଛି ଏକ ସ୍ୱତନ୍ତ୍ର ଧରଣର ଅଭିଯାନ ଯେଉଁଥିରେ ସାରା ଦେଶରେ କଲେଜରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଯାଉଛି ।
ସେମାନଙ୍କୁ ଅଧିକାର ଓ ସମାନତା ସମ୍ପର୍କିତ ଜ୍ଞାନ ପ୍ରଦାନ କରାଯାଉଛି । ବିଶିଷ୍ଟ ଆଇନ ପରାମର୍ଶଦାତା କରୁଣା ନନ୍ଦୀଙ୍କ ସହଯୋଗରେ ଏହି କର୍ମଶାଳାଗୁଡ଼ିକୁ ମିଳିତ ଭାବେ ଆୟୋଜନ କରାଯାଉଛି । ୨୦୧୯ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିପାରିଛି । ମହିଳାଙ୍କ ଭିତରେ ନେତୃତ୍ୱ ଦକ୍ଷତାକୁ ଜାଗ୍ରତ କରିବା ଲାଗି ଆଜାଦ ଫାଉଣ୍ଡେସନ ଇଣ୍ଡିଆ ସହଯୋଗରେ ‘ପରଭାଜ’ ଅଭିଯାନ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ତୃତୀୟ ବର୍ଷରେ ପହଂଚିଥିବା ବେଳେ ୪୦ ଗୋଷ୍ଠୀ ନେତୃତ୍ୱ ଏହା ସୃଷ୍ଟି କରିପାରିଛି ଯାହା ୬୦ ହଜାରରୁ ଅଧିକ ମହିଳାଙ୍କ ଜୀବନକୁ ବଡ଼ ଓ ଛୋଟ ଧରଣରେ ପରିବର୍ତନ କରିପାରିଛନ୍ତି ।