No Result
View All Result
୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା : -> ରାତି ପ୍ରାୟ ୧୧ ଘଟିକା ସମୟେ ବୁଗୁଡ଼ା ରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା(OR 25B 3266) ନମ୍ୱର୍ ଏକ ଘରୋଇ ଯାତ୍ରୀବାହୀ ବସ ରଘୁନାଥ ଦଶପଲ୍ଲା ସ୍ଥିତ ଶାଳଭଙ୍ଗା ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଥିବା ଏକ ଖାଲ ମଧ୍ୟକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ଫଳରେ ବସରେ ଥିବା ପ୍ରାୟ ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏହି ଦୁର୍ଘଟଣା ରେ ୩ ଜଣ ଆହତ ହୋଇଥିବା ଜଣା ପଡ଼ିଥିଲା । ଅନ୍ୟ ପକ୍ଷରେ ସଙ୍ଗେ ସଙ୍ଗେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ବାଣୀଗୋଛା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

No Result
View All Result