ଲୋକେ ଭୟଭୀତ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ

୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :- ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଛୋଟରାୟପୁର ଠାରେ ଥିବା ରନ୍ଧନ ଗ୍ୟାସ ଯୋଗାଣ ଜନିତ ସିଟିଗ୍ୟାସ ଷ୍ଟେସନର ସିଲିଣ୍ଡରରେ ଲିକେଜ ହୋଇ ଗ୍ୟାସ ନିର୍ଗତ ହେବା ସହ ପ୍ରଚଣ୍ଡ ଶବ୍ଦ କରିଥିଲା; ଏଥ୍ରେ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଂଚଳର ଲୋକେ ଭୟଭୀତ ହୋଇପଡିଥିଲେ । ଘଟଣା ସ୍ଥଳେ ଶହଶହ ସଂଖ୍ୟାରେ ଲୋକେ ଜମାହୋଇଯାଇଥିଲା ବେଳେ ବିଭାଗୀୟ ଯନ୍ତ୍ରୀଙ୍କୁ ଲୋକେ ଘେରାଉ କରିଥିଲେ । ସୂଚନା ଯୋଗ୍ୟଯେ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ କେନ୍ଦୁଝର ଓ ଯାଜପୁର ଜିଲା ଦ୍ୱୟରେ ଘରେ ଘରେ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ନିମନ୍ତେ ଯାଜପୁର ଜିଲାର ଛୋଟରାୟପୁର ଠାରେ ସିଟି ଗ୍ୟାସ ଷ୍ଟେସନ ସ୍ଥାପନ କରାଯାଇଥିଲା । ଷ୍ଟେସନର କାର୍ଯ୍ୟ ପୂର୍ବଙ୍ଗ ହୋଇସାରିଥିଲେହେଁ ଯୋଗାଣ କାର୍ଯ୍ୟ ବାକି ରହିଥିଲା । ନିର୍ବାଚନ ପୂର୍ବରୁ ତାହାକାର୍ଯ୍ୟକ୍ଷମ କରାଯିବା ନିମନ୍ତେ ଷ୍ଟେସନରେ ନିର୍ମିତ ୪୦୦କେଜି ସିଲିଣ୍ଡରାର ପାଂଚ ନିମନ୍ତେ ପ୍ରାକୃତିକ ଗ୍ୟାସ ଭରା ଯାଇଥିଲା ।ଆଜି ଅପରାହ୍ନରେ ସେହି ସିଲଇଣ୍ଡର ପାଇପ ଭଲବ ଲିକେଜ ହୋଇ ପ୍ରବଳ ବେଗରେ ଗ୍ୟାସ ନିର୍ଗତ ହେବା ଯୋଗୁ ପ୍ରଚଣ୍ଡ ଶବ୍ଦ କରିବା ସହ ସମଗ୍ର ଅଂଚଳ ଧୂଆଁମୟ ହୋଇଯାଇଥିଲା । ଏଥ୍ ସହି ନିର୍ଗତ ଗ୍ୟାସର ଗନ୍ଧ ଚତୁର୍ପାଶ୍ଵକୁ ବ୍ୟାପୀ ଯାଇଥିଲା । ଏନେଇ ଗ୍ରାମବାସଙ୍କ ସମେତ ଅଂଚଳବାସୀ ଭୟଭୀତ ହୋଇପଡିବା ସହ ଘଟଣା ସୁଳେ ଶହଶହ ସଂଖ୍ୟାରେ ଲୋକେ ରୁଣ୍ଡିଭୁତ ହୋଇଥିଲେ । ଗ୍ୟାସ ଷ୍ଟେସନ ସିକୁରିଟିଙ୍କ ଠାରୁ ସୂଚନା ପାଇଁ ବିଭାଗୀୟ ଯନ୍ତ୍ରୀ ଇଂ ଆସମନ ସାମଲ ପହଂଚି ସିଲିଣ୍ଡର ଗୁଡିକୁ ପାଂଚ କରି ଲିକେଜ ସିଲିଣ୍ଡରକୁ ମରାମତି କରିଥିଲେ । ଏଥ୍ ଯୋଗୁ ଆତଙ୍କିତ ଗ୍ରାମବସୀ ଯନ୍ତ୍ରୀ ଇଂ ଶ୍ରୀ ସାମଲଙ୍କୁ ଘେରାଉକରି କାହିଁକି ଏପରି ହେଲା ବୋଲି ପଚାରିଥିଲେ ।

ଷ୍ଟେସନରେ ୪୦୦କେଜିର ସିଲିଣ୍ଡର ଲାଗିଥିଲା ବେଳେ ଟେଷ୍ଟ ଲାଗି ୨୫୦କେଜିର ପ୍ରାକୃତିକ ଗ୍ୟାସ ଭରାଯାଇଥିଲା । ହେଲେ ଏକ ସିଲିଣ୍ଡରରେ ଲିକେଜ ହେବାରୁ ଏୟାର ପ୍ରେସରରେ ପ୍ରଚଣ୍ଡ ଶବ୍ଦ କରିଥିଲା । ଏହା ରନ୍ଧନ ଗ୍ୟାସ(ଜିଏନଜି) ନୁହେଁ; ପରୀକ୍ଷାମୂଳକ ଭାବେ ପ୍ରାକୃତିକ ଗ୍ୟାସ ଭରାଯାଇଥିଲା । ଏହି ଗ୍ୟାସ କ୍ଷତିକାରକ ନୁହେଁ; ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁବୋଲି କହିଥିଲେ । କିନ୍ତୁ ପ୍ରାକୃତିକ ହେଉ ବା’ ରନ୍ଧନ ଗ୍ୟାସ ହେଉ, ଯେତେବେଳେ ଷ୍ଟେସନରେ ଗ୍ୟାସ ଭରାଗଲା ସେ ନେଇ ଲୋକଙ୍କୁ କାହିଁକି ସଚେତନ ସ୍ବରୂପ ସୂଚନା ଦିଆଗଲା ନାହିଁ ବୋଲି ପ୍ରତିବାଦ କରିଥିଲେ ।

ଇଂ ଶ୍ରୀ ସାମଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବଗତକରି ତୁରନ୍ତ ସଚେତନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଉତ୍ୟକ୍ତ ଲୋକେ ସଠିକ ମରାମତି ଓ ସଚେତନ କରାନଯିବା ଯାଏ ଷ୍ଟେସନରେ କେହି ଅଧିକାରୀ କି କର୍ମଚାରୀ ରହିପାରିବେ ନାହିଁ ବୋଲି ଦୃଢ ଦାବିକରି ରି ସମସ୍ତଙ୍କୁ ଷ୍ଟେସନ ପରିସରରୁ ବାହାର କରିଦେଇଥିଲେ । ଗ୍ୟାସ ଷ୍ଟେସନରୁ ସୃଷ୍ଟ ଶବ୍ଦ ଓ ନିର୍ଗତ ଦୁର୍ଗନ୍ଧ ଗ୍ୟାସ ଯୋଗୁ ଆଂଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି l