ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜନ ସ୍ଵାସ୍ଥ୍ୟ ଓ ପାନୀୟ ଜଳ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେl ଭୁବନ ସହରର ବିକାଶ ପୁସ୍ତିକା ଉନ୍ମୋଚନ ହୋଇଥିଲାl ଉତ୍ସବରେ ସରକାର ଙ୍କ ତରଫରୁ ମହିଳା ମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଥିବା ଶିଶୁ ମାନଙ୍କ ଶିକ୍ଷା, ପୋଷଣ ଯୁକ୍ତ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ପ୍ରାୟ ପାଞ୍ଚ ସହ ରୁ ଉର୍ଦ୍ଧ ଏସଏଚଜି ମହିଳା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏହି ପୁସ୍ତିକାରେ ସହରର ବିକାଶ ପ୍ରକ୍ରିୟା ଦିଗରେ ହେଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇଥିଲେ ।
ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ,ଯେଉଁଥିରେ ଏନ୍ଏସି ର ବହୁ ଛୋଟ ବଡ କଳାକାର ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ପରିଶେଷରେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସିଟି ମ୍ୟାନେଜର ଜାନକୀ ମହାନ୍ତି ଓ ଗୋଷ୍ଠୀ ସଂଯୋଜିକା ଦୀପାଳୀ ସାମନ୍ତ ପରିଚାଳନା କରିଥିଲେ l

© 2023 Odisha Taza News.