୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନ :- ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନ ଏନ୍ ଏ ସି ର ବିଭିନ୍ନ ୱାର୍ଡ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ରେ ମୋଟ ୬ ଗୋଟି ସ୍ଥାନ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆଜି ଶେଷ ଦିନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିରାଟ ଶିବିର ଆୟୋଜନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ୱାର୍ଡ ର କାଉନସିଲର ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜନ ସ୍ଵାସ୍ଥ୍ୟ ଓ ପାନୀୟ ଜଳ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେl ଭୁବନ ସହରର ବିକାଶ ପୁସ୍ତିକା ଉନ୍ମୋଚନ ହୋଇଥିଲାl ଉତ୍ସବରେ ସରକାର ଙ୍କ ତରଫରୁ ମହିଳା ମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଥିବା ଶିଶୁ ମାନଙ୍କ ଶିକ୍ଷା, ପୋଷଣ ଯୁକ୍ତ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ପ୍ରାୟ ପାଞ୍ଚ ସହ ରୁ ଉର୍ଦ୍ଧ ଏସଏଚଜି ମହିଳା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏହି ପୁସ୍ତିକାରେ ସହରର ବିକାଶ ପ୍ରକ୍ରିୟା ଦିଗରେ ହେଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇଥିଲେ । ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ,ଯେଉଁଥିରେ ଏନ୍ଏସି ର ବହୁ ଛୋଟ ବଡ କଳାକାର ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ପରିଶେଷରେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସିଟି ମ୍ୟାନେଜର ଜାନକୀ ମହାନ୍ତି ଓ ଗୋଷ୍ଠୀ ସଂଯୋଜିକା ଦୀପାଳୀ ସାମନ୍ତ ପରିଚାଳନା କରିଥିଲେ l