୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :- ଚମ୍ପୁଆ ସଦର ମହକୁମାରେ ଆମ ହସ୍ପିଟାଲର ଲୋକାର୍ପଣ-ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ “ଆମ ହସ୍ପିଟାଲ” କାର୍ଯ୍ୟକ୍ରମ ଅଧିନରେ
୩,୫୧,୭୨,୬୬୩.00 ଟଙ୍କା ଅଟକଳରେ ରୂପାନ୍ତରିତ ହୋଇଥିବା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ , ଚମ୍ପୁଆ ବ୍ଲକ ଉନ୍ନୟନ ଅଧିକାରୀ ରାଜା ରଞ୍ଜନ ବଳ,SDMO ଚମ୍ପୁଆ ସମେତ ଶତାଧିକ ଜନ ସଧାରଣ ଏବଂ
ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଚମ୍ପୁଆ ନିର୍ବାଚନ ମଣ୍ଡଳୀର ସମସ୍ତ ଚିକିତ୍ସାଳୟ ଯେପରି ଚମ୍ପୁଆ ଉପଖଣ୍ଡ ସମେତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,କମାରଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ
ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କର ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ତଥା 5T ଅଧ୍ୟକ୍ଷ ସାର ଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ପଡିଯିବ ବୋଲି ସ୍ଥାନୀୟ ବିଧାୟିକା ଶ୍ରୀମତୀ ମହାନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ ।

© 2023 Odisha Taza News.