ସମାପ୍ତ ହେଲା ଅଷ୍ଟମ ମାସିକ ବୈଠକ

୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର  :-> ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ପ୍ରତି ମାସରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥାଏ | ଆଜି ସାରା ରାଜ୍ୟରେ ଅଷ୍ଟମ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟରରେ ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି | ଏହି ବୈଠକରେ ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି ସଭାପତିତ୍ୱ କରିଥିଲେ |

ଏଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଆସେସମେଣ୍ଟ ଟ୍ରାକର, ରାଜ୍ୟ ସ୍ତରୀୟ ସଫଳତା ସର୍ଭେ-୨୦୨୪ ଏବଂ ସାମଗ୍ରିକ ପ୍ରଗତି ପତ୍ର ଉପରେ ଆଲୋଚନା କରାଯାଇଥିଲା | ଏଥିରେ ୬ ଜଣ ପ୍ରଧାନ ଶିକ୍ଷକ ଓ ୯ ଜଣ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ | ସୋମବାର ଦିନ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହି ବୈଠକରେ ଆଲୋଚନା କରାଯାଇଥିବା ତଥ୍ୟକୁ ଆଲୋଚନା କରିବେ | ବରିଷ୍ଠ ଶିକ୍ଷକ ପ୍ରଫୁଲ କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |

ସେହିପରି ସାଧନ କେନ୍ଦ୍ର କର୍ମୀ ସୁଧାକର ମିଶ୍ରଙ୍କ ତତ୍ୱାବଧାନରେ ଗୌରଙ୍ଗପୁର କ୍ଲଷ୍ଟରରେ, ପବିତ୍ର ମୋହନ ସାମନ୍ତରାୟଙ୍କ ତତ୍ୱାବଧାନରେ ରାଜସୁନାଖଳା କ୍ଲଷ୍ଟରରେ, ରସାନନ୍ଦ ବେହୁରାଙ୍କ ତତ୍ୱାବଧାନରେ ଖଇରପଲ୍ଲୀ କ୍ଲଷ୍ଟରରେ, ଜ୍ୟୋତି ରଞ୍ଜନ କରଙ୍କ ତତ୍ୱାବଧାନରେ ରଣପୁର କ୍ଲଷ୍ଟରରେ, ସଞ୍ଜୟ କୁମାର ବରାଡ଼ଙ୍କ ତତ୍ୱାବଧାନରେ କାସନ୍ଦା କ୍ଲଷ୍ଟରରେ, ପଦ୍ମ ଚରଣ ସେଠିଙ୍କ ତତ୍ୱାବଧାନରେ ଡମସାହି କ୍ଲଷ୍ଟରରେ, ଅକ୍ଷୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଗୋପାଳପୁର କ୍ଲଷ୍ଟରରେ, ବିଶ୍ଵମୋହନ ବେହେରାଙ୍କ ତତ୍ୱାବଧାନରେ ମଝିଆଖଣ୍ଡ କ୍ଲଷ୍ଟରରେ, ଅଶୋକ କୁମାର ସାମନ୍ତରାୟଙ୍କ ତତ୍ୱାବଧାନରେ ବାଉଁଶଗଡ଼ କ୍ଲଷ୍ଟର ସମେତ ଅନ୍ୟ ସମସ୍ତ କ୍ଲଷ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି |