ଓଡିଶା ତାଜା ନ୍ୟୁଜ୍ (୨୬ ଜୁଲାଇ ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସ°ଘ ପକ୍ଷରୁ ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ବିୟୋଗରେ ଏକ ଶୋକ ସଭା ହୋଇଥିଲା । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦିବ°ଗତ କରୁଣାକର ରାଇକାଙ୍କ ଫଟୋଚିତ୍ର ରେ ପୁଷ୍ପ ପ୍ରଦାନ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଦୁଃଖଦ ସମୟରେ ସ°ଘ ପକ୍ଷରୁ ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା ।
ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ , ପିଡି.ଡିଆରଡିଏ କୃତିବାସ ରାଉତ,ଉପ ଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଜିଲ୍ଲା ର ସମସ୍ତ ତହସିଲଦାର ଏବଂ ବିଡିଓ ସଭା ରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । (ବରଗଡ଼ ଜିଲ୍ଲା ରିପୋର୍ଟ /ସତ୍ୟନାରାୟଣ ପ୍ରଧାନ)