ବିଜେଡିର ମିଶ୍ରଣ ପର୍ବ ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ତାଙ୍କର ହଜାର ରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭାସାଂସଦ ଶ୍ରୀମାନସ ମଙ୍ଗରାଜ, ମନ୍ତ୍ରୀଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀଶ୍ରୀ ପ୍ରତାପ ଦେବ, ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକଶ୍ରୀ ପ୍ରତାପ ଜେନା ଓ ବିଧାୟକଶ୍ରୀ ଧ୍ରୁବଚରଣ ସାହୁ ଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

 

ଦଳରେ ସାମିଲ୍‌ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ସମସ୍ତନେତୃବୃନ୍ଦ ଉପଢୌକନ ଦେଇ ଦଳକୁସ୍ୱାଗତକରିଥିଲେ । ଶଙ୍ଖଭବନରେମିଶ୍ରଣ ପରେ ନବୀନ ନିବାସ ଯାଇ ମୁଖ୍ୟ ମନ୍ତ୍ରୀ ଶ୍ରୀ  ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବାସହ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଥିଲେ ଅଂଶୁମାନ ମହାନ୍ତି । ଏହି ଅବସରରେ ବିଜେଡ଼ିସାଂଗଠନିକସଂପାଦକ ପ୍ରଣବ ପ୍ରକାଶ ଦାସକହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନୂଆଓଡିଶା ନବୀନ ଓଡିଶା, ରୂପାନ୍ତରଣଓଡିଶା ଓ ସମୃଦ୍ଧ ଓଡିଶାଗଠନରେ ଆକୃଷ୍ଟ ହୋଇ ଆଜି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳରେଯୋଗ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜନଗରରେ ଯେଉଁଉନ୍ନତି ହୋଇଚାଲିଛି, ଆଜି ଅଂଶୁମାନ ମହାନ୍ତିଯୋଗ ଦେବା ପରେରାଜନଗରରେଉନ୍ନତି ଦ୍ୱିଗୁଣିତହେବ । ସ୍ୱର୍ଗତ ନଳିନୀମହାନ୍ତି, ବିଜୁ ପଟ୍ଟନାୟକ ତଥା ବିଜୁ ପରିବାରର ଅତ୍ୟନ୍ତ ଘନିଷ୍ଠସହଯୋଗୀ ଥିଲେ । ବିଜୁ ପରିବାର ପ୍ରତିସମର୍ପଣ ଓ ଭଲ ପାଇବାସର୍ବଦା ରହିଆସିଥିଲା । ରାଜନଗରସବୁବେଳେବିଜେଡିସହ ଅଛି । ମାନ୍ୟବରମୁଖ୍ୟମନ୍ତ୍ରୀଙ୍କନେତୃତ୍ୱରେଯେଉଁମାନେ ତାଙ୍କଉପରେ ଆସ୍ଥା ରଖି ଦଳରେଯୋଗ ଦେଇଛନ୍ତି ।ସମସ୍ତଙ୍କ ସମ୍ମାନ ଓ ଆତ୍ମବିଶ୍ୱାସ ସର୍ବଦା ବଜାୟରହିବ ।

ସେହିପରିଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାକହିଥିଲେ ଯେ, ଆଜି ଅଂଶୁମାନ ମହାନ୍ତି ଓ ତାଙ୍କସମର୍ଥକ ଦଳରେଯୋଗ ଦେବା ପରେରାଜନଗର ନିର୍ବାଚନମଣ୍ଡଳୀ ତଥା ସମଗ୍ରକେନ୍ଦ୍ରାପଡାଜିଲ୍ଲାରେବିଜେଡିସଂଗଠନ ମଜବୁତହେବାସହବିକାଶ ଧାରା ଆହୁରି ତ୍ୱରାନ୍ୱିତହେବ । ସେହିପରିରାଜ୍ୟସଭାସାଂସଦ ମାନସରଂଜନ ମଙ୍ଗରାଜ, ଅଂଶୁମାନ ମହାନ୍ତିଙ୍କଯୋଗଦାନକୁସ୍ୱାଗତକରିବାସହଏହିମିଶ୍ରଣକେନ୍ଦ୍ରାପଡାରେବିଜେଡିସଂଗଠନକୁ ଆହୁରି ସଶକ୍ତକରିବବୋଲିକହିଥିଲେ ।

ସେହିପରିରାଜନଗରବିଧାୟକ ଧ୍ରୁବଚରଣସାହୁକହିଥିଲେ ଯେ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କସମର୍ଥକଙ୍କ ଦଳରେଯୋଗଦାନ, ମାନ୍ୟବରମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ବିଜୁବାବୁଙ୍କସ୍ୱପ୍ନରରାଜନଗର ଗଠନ ଦିଗରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟିକରିବ । ଏହି ଅବସରରେ ଉପସ୍ଥିତ ଥିବାମାନ୍ୟବରମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦଳରେଯୋଗ ଦେଇଥିବା ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତକରି ବାସହ ଏହି ଯୋଗଦାନ ଫଳରେକେନ୍ଦ୍ରାପଡାଜିଲ୍ଲାରେବିଜେଡିରସଂଗଠନ ଆହୁରି ମଜବୁତ ହେବ ବୋଲି କହିଥିଲେ । ଦଳରେଯୋଗ ଦେବା ପରେ ଅଂଶୁମାନ ମହାନ୍ତିକହିଥିଲେ, ଆଜି ମୋ ପାଇଁଗର୍ବର ଦିନ ।

ମାନ୍ୟବରମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ମୋ ପାଇଁ ଏକ ସୁଯୋଗ ଆସି ପହଞ୍ଚିଛି ଯେ, ଆଉଥରେ ନିଜଘରକୁଫେରିବା ପାଇଁ . ମୋର କର୍ମଭୂମି ରାଜନଗର ସହସମଗ୍ର କେନ୍ଦ୍ରାପଡା ଜିଲ୍ଲାରେବିଜେଡିସଂଗଠନ ମଜବୁତସହମାନ୍ୟବରମୁଖ୍ୟମନ୍ତ୍ରୀଙ୍କ ନୂତନ ଓଡିଶା ଗଠନ ଦିଗରେ ନିଶ୍ଚିତ କାର୍ଯ୍ୟକରିବି । ଦଳରେମୋତେଗ୍ରହଣକରିଥିବାରୁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଏବଂସମସ୍ତନେତୃବୃନ୍ଦଙ୍କୁକୃତଜ୍ଞତାଜ୍ଞାପନ କରୁଛି ।

ଏହିମିଶ୍ର ପର୍ବରେରାଜନଗରବ୍ଲକକଂଗ୍ରେସକମିଟିସଭାପତିଦେବେନ୍ଦ୍ରଜେନା, ପଟ୍ଟାମୁଣ୍ଡାଇ ବ୍ଲକକଂଗ୍ରେସ  କମିଟିସଭାପତି ନିମାଁଇ ଚରଣ କର, ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟି କଂଗ୍ରେସ ସଭାପତିଅମୂଲ୍ୟ ପ୍ରଧାନ,ପିସିସିସଦସ୍ୟପ୍ରଦୀପ ପ୍ରଧାନ, ସନ୍ତୋଷମହାନ୍ତି,ସରପଞ୍ଚ ସମୀରସେଠୀ, ସୁରେଖାପ୍ରଧାନ, ହେମଲତାମହାନ୍ତ, ସମିତିସଭ୍ୟଅମର ସୁତାର, ପ୍ରେମଲତା ଦାସ, ଅଭୟ ଖଣ୍ଡୱାଲ, ପୁଷ୍ପଲତାସାଏ, ଜନ୍ମେଜୟସେଠୀ, ଅଶୋକ କୁମାରବଳ, ପୁରେଶ୍ୱର ନାୟକ, ମୋହନ କୁମାର ଦାସ, ଶହଦେବ ସାହୁ, ମାଧମଚନ୍ଦ୍ର,

ସୁଧୀରଚନ୍ଦ୍ର ପାଲ,ପଟ୍ଟାମୁଣ୍ଡାଇରସରପଞ୍ଚଲକ୍ଷ୍ମୀପ୍ରିୟାଷଡଙ୍ଗୀ, ଅନୂସୟା ନାଥ, ନରେଶଚନ୍ଦ୍ରମଳିକ, ରମେଶଚନ୍ଦ୍ରମଲ୍ଲିକ,ବିଶ୍ୱରଂଜନ ଭୂୟାଁ, ସୁବାସଚନ୍ଦ୍ରବାରିକ, ପର୍ଶୁରାମବେହେରା, ସଂଜୟ କୁମାର ମଳିକ, ନିରୁପମାସାହୁ, ଆରତୀ ସାହୁଙ୍କସହହଜାରରୁଉର୍ଦ୍ଧ୍ୱକଂଗ୍ରେସକର୍ମୀବିଜେଡିରେଯୋଗ ଦେଇଥିଲେ । ଶେଷରେବିଜେଡ଼ିମୁଖପାତ୍ରଡଃ ପ୍ରିୟବ୍ରତମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।