No Result
View All Result
୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଗ୍ରାମର କୁଆଖାଇ ନଦୀ ପାର୍ଶ୍ଵରେ ଥିବା ଖେଳପଡିଆରେ ଶୁକ୍ରବାର ଦିନ ପ୍ରତାପନଗରୀ ଫୁଟବଲ ଆସୋସିଏସନ ପକ୍ଷରୁ ୫୬ ତମ ରାଜ୍ୟ ସ୍ଥରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ପ୍ରତାପନଗରୀ ପ୍ରତାପ କ୍ଲବର ସଭାପତି ନିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପ୍ରତାପନଗରୀ ଗ୍ରାମ୍ୟ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ନାରାୟଣ ରାଉତ, ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କ ସହିତ କରମର୍ଦନ କରିଥିଲେ । ପ୍ରଥମ ମ୍ୟାଚ କଟକର ତିନିଘରିଆ ଫୁଟବଲ ଟିମ ବନାମ ୨୨ ମୌଜା ଅଞ୍ଚଳର ମଇଁନ୍ଦିପୁର ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତିନିଘରିଆ ଟିମ ୩-୦ ଗୋଲରେ ବିଜୟୀ ହୋଇ କ୍ୱାଟର ଫାଇନାଲ ଖେଳିବାର ସୁଯୋଗ ପାଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ବାରଙ୍ଗର ଗୋଠପୁର ଫୁଟବଲ ଟିମ ବନାମ ଭୁବନେଶ୍ୱରର ଯାଗମରା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗୋଠପୁର ଯାଗମରା କୁ ୫-୦ ଗୋଲ ଦେଇ କ୍ୱାଟର ଫାଇନାଲକୁ ଯାଇଥିଲା । ତୃତୀୟ ପର୍ଯ୍ୟାୟ ମ୍ୟାଚ ବାରଙ୍ଗ ର ବେଲଗଛିଆ ଫୁଟବଲ ଟିମ ବନାମ ଟାଙ୍ଗୀବନ୍ତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେଲଗଛିଆ ୧-୦ ଗୋଲରେ ପରାସ୍ତ କରି କ୍ୱାଟର ଫାଇନାଲ ଖେଳିବାର ସୁଯୋଗ ପାଇଥିଲା ।
୪ର୍ଥ ମ୍ୟାଚ ଅଡ଼ସପୁର ଅଞ୍ଚଳର ତଣ୍ଡିକଣା ଫୁଟବଲ ଟିମ ବନାମ ସାଲେପୁର ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତଣ୍ଡିକଣା ଫୁଟବଲ ଟିମ ୧-୦ ଗୋଲଦେଇ କ୍ୱାଟର ଫାଇନାଲ ଖେଳିବା ସୁଯୋଗ ପାଇଥିଲା । ପ୍ରତାପ କ୍ଲବର ସଂପାଦକ ବିକ୍ରମ ରାଉତ,
ତ୍ରୀନାଥ ବେହେରା, ଶିବୁନ ସେନାପତି, ସାଗର ରାଉତ, ସନାତନ ଦାସ ,ରାଜେଶ ରାଉତ, ସୋମନାଥ ଜେନା, ରୋହିତ ସ୍ୱାଇଁ ପ୍ରମୁଖ କ୍ଲବର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା ।
No Result
View All Result