ଓଡିଶା ତାଜା ନ୍ୟୁଜ୍ (୨୬ ଜୁଲାଇ ରବିବାର) ନୟାଗଡ :- ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକ ସମ୍ବାଦର ବ୍ଲକ ପ୍ରତିନିଧି ତଥା ସାହିତ୍ୟିକ, ସମାଜସେବୀ ହୃଦୟ ରଞ୍ଜନ ମହାରଣାଙ୍କ ଅକାଳ ବିୟୋଗରେ କୋଭିଡ 19 ମାର୍ଗ ଦର୍ଶୀକା ଅନୁଯାୟୀ ଏକାଦଶାହରେ ଓଡଗାଁ ସ୍ଥିତ ବାସ ଭବନରେ ଏକ ସ୍ମୁତି ସଭା ନିରାଡ଼ମ୍ବର ଭାବେ ବିଶିଷ୍ଟ ସାହିତ୍ୟିକ ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି|
ଏଥିରେ ବହୁ ପ୍ରତିଷ୍ଠିତ ସାହିତ୍ୟିକ, ସାମ୍ବାଦିକ, ଓଡଗାଁ ସମ୍ବାଦ ସାହିତ୍ୟ ଘର ଶାଖାର ସଭ୍ୟ ମାନେ ଯୋଗ ଦେଇ ହୃଦୟଙ୍କ ତ୍ୟାଗପୁତ ଜୀବନର ଅବତାରଣା କରିଥିଲେ|ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥ, ସୁନୀଲ ପଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହୃଦୟ କିଭଳି ସାମ୍ବାଦିକତା ସହ ସାମାଜିକତା, ସାହିତ୍ୟ ପ୍ରତି ଜଣେ ସମର୍ପିତ ବ୍ୟକ୍ତିତ୍ୱ ଥିଲେ ସେସମ୍ପର୍କରେ ଅବତାରଣା କରିଥିଲେ|ଏକାଦଶାହ ଅବସରରେ ନୟାଗଡ ଜିଲ୍ଲା ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖାର ସଂଯୋଜକ ରିତେନ୍ଦ୍ର ଛା ଟୋଇ ଓଡଗାଁ ସ୍ଥିତ ବାସଭବନରେ ପହଂଚି ହୃଦୟଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ |
ପରିଶେଷରେ ଓଡଗାଁ ସମ୍ବାଦ ସାହିତ୍ୟ ଘର ତରଫରୁ ପ୍ରକାଶିତ ସ୍ମୁତିରେ ହୃଦୟ ପୁସ୍ତକକୁ ହୃଦୟଙ୍କ ପିତା ତଥା ଶିକ୍ଷକବନ୍ଧୁ ଭକ୍ତ ରଞ୍ଜନ ମହାରଣାଙ୍କ ସମେତ ଅତିଥି ସାମ୍ବାଦିକ, ସାହିତ୍ୟିକ ରାମକୃଷ୍ଣ ରଥ, ବର୍ଷିଆନ ସାହିତ୍ୟିକ ଲୋକନାଥ ମିଶ୍ର, ଶିକ୍ଷକ ପଞ୍ଚାନନ ପଣ୍ଡା ପ୍ରମୁଖ ଉନ୍ମୋଚନ କରିଥିଲେ|ଏ ସମସ୍ତ କାର୍ଯ୍ୟକ୍ରମ ଶିକ୍ଷକ ତଥା କବି ରଞ୍ଜନ କୁମାର ଦାଶ, ଯଶୋବନ୍ତ ପଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସୁପରିଚାଳନାରେ ସାମାଜିକ ଦୂରତା, ମାସ୍କ ପରିଧାନ ପୂର୍ବକ ଏକ ଶୋକ ପରିବେଶରେ ଅନୁଷ୍ଠିତ ହୋଇଥିଲା | (ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ)