୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ନୟାଗଡ଼ ସହରରେ ବିଶୁଦ୍ଧ ପାନୀୟ ଜଳ ପାଇଁ ମେଗା ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସୁବିଧା ପାଇଁ କିଓସ୍କୋ ନିର୍ମାଣ କରାଯାଇଛି ।
[gallery ids="135290,135289,135288"]
ଜନସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ଏହି କିଓସ୍କୋ ଗୁଡ଼ିକ ନିର୍ମାଣ କରାଯାଇଥିବା ବେଳେ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେସ୍ୟରେ ଲୋକାର୍ପିତ ହୋଇଛି । ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଟ୍ୟାସ୍କି ଷ୍ଟାଣ୍ଡ, ବଲାଙ୍ଗୀ ପାର୍କ ପରିସରରେ ନିର୍ମାଣ କରାଯାଇଥିବା କିଓସ୍କୋ ଆଜି ଲୋକାର୍ପିତ ହୋଇଛି । ପ୍ରତ୍ୟେକ କିଓସ୍କୋ ନିର୍ମାଣ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟୟ କରାଯାଇଛି ।

ଏହା ସହିତ ନୟାଗଡ଼ ହାଟପଦା ସାହିଠାରେ ପୈାର ପରିଷଦ ଆନୁକୁଲ୍ୟରେ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହ ଏବଂ ବଲାଙ୍ଗୀବନ୍ଧ ସାହିଠାରେ ନିର୍ମାଣ କରାଯାଇଥିବା ତ୍ରିନାଥ ମନ୍ଦିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକଙ୍କ ସମେତ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ ।

ଏହି ଅବସରରେ ବଲାଙ୍ଗୀବନ୍ଧସାହି ତ୍ରିନାଥ ମନ୍ଦିରଠାରେ ଅନୁଷ୍ଠିତ ସଭାରେ ବିଧାୟକ ନୟାଗଡ଼ ଆଜି ବିକାଶ ଓ ଉନ୍ନତୀ ପର୍ବରେ ସାମିଲ ହୋଇ ସମୃଦ୍ଧଶାଳୀ ହୋଇଛି । ଏଥିପାଇଁ ନୟାଗଡ଼ ବାସୀଙ୍କ ସ୍ନେହ ଓ ମମତା ଗୁରୁତ୍ୱ ବହନ କରିଛି । ପ୍ରତ୍ୟେକ ଇଞ୍ଚ ମାଟି ନୟାଗଡ଼ ବିକାଶର କଥା କହିବ ବୋଲି ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ ।