No Result
View All Result
୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର, ଉଦୟଗରିରି :-> ଗଜପତି ଜିଲ୍ଲାରେ ସ୍ଥାପନ ହେବ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା। ଜିଲ୍ଲାରେ ବାତ୍ୟା ସମୟରେ ଭୂସ୍ଖଳନ ବା ଲ୍ୟାଣ୍ଡ ସ୍ଲାଇଡ୍ ସଂପର୍କରେ ଏହା ବିଶେଷ କରି ଆଗୁଆ ସୂଚନା ପ୍ରଦାନ କରିବାରେ ସହାୟକ ହେବ । “ଅମ୍ରିତା ବିଶ୍ବ ବିଦ୍ୟାପୀଠମ୍” ବିଶ୍ବ ବିଦ୍ୟାଳୟ, କେରଳ ତରଫରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସଂପର୍କରେ ଓଡିଶା ସରକାରଙ୍କ ସହିତ ଆଲୋଚନା କରାଯାଇଛି.ଆଜି ଏହି ପରିପ୍ରେକ୍ଷୀରେ ମନିଷା ଭି. ରମେଶ, ସ୍କୁଲ ଫର ସଷ୍ଟେନେବଲ ଡେଭଲପମେଣ୍ତ ତଥା ନିର୍ଦ୍ଦେଶକ,

ଅମ୍ରିତା ସେଣ୍ଟର ଫର ୱେରଲେସ୍ ନେଟୱର୍କ ଆଣ୍ଡ ଆପ୍ଲିକେସନସ୍ ଏବଂ ଡଃ. ସୁଦେଶ କେ.ଓ୍ବାଧାଓ୍ବାନ୍ , ଏହି କେନ୍ଦ୍ରର ଭୁ ବିଜ୍ଞାନ ପରାମର୍ଶଦାତା ତଥା ଅଧ୍ୟାପକ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତି. ଏହା ପୂର୍ବରୁ ସେମାନେ ଗଜପତି ଜିଲ୍ଲା ବୁଆଗଡ ବ୍ଲକ ପୁଟୁରୁଡା ପଞ୍ଚାୟତ ଅନ୍ତର୍ଗତ ପାରାଜୀ ଗ୍ରାମକୁ ସମିକ୍ଷା କରିବା ସହ ଗ୍ରାମବାସୀଙ୍କ ଆଲୋଚନା କରିଥିଲେ ।

ତାଙ୍କସହ ସ୍ଥାନୀୟ ବିଡିଓ ଲୋକନାଥ ଶବର , ତହସିଦାର ପ୍ରଫୁଳ କୁମାର ଡାକୁଆ ସ୍ଥାନୀୟ ପଞ୍ଚାୟତର ପିଇଓ ମିନତୀ ମିଶ୍ର ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ଏ ସଂପର୍କରେ ମଧ୍ଯ ସେମାନେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଥିଲେ ।

ଏବି ବିଶ୍ବ ବିଦ୍ୟାଳୟ ତରଫରୁ ବ୍ୟବସ୍ଥାର କାର୍ଯ୍ୟକାରିତା ସଂପର୍କରେ ଆବଶ୍ୟକ ଜ୍ଞାନ କୌଶଳ ପ୍ରଦାନ କରାଯିବା ସଂପର୍କରେ ଆଲୋଚନା ହୋଇଛି । ଆଜିର ଏହି ଆଲୋଚନା ସମୟରେ ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ଓ ଓସଡମାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

No Result
View All Result