No Result
View All Result
୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର, ଉଦୟଗିରି :-> ଦିନ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର 50ଜଣ ଛାତ୍ର ଛାତ୍ରୀ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଓ ଇକୋ କ୍ଲବ ମାଷ୍ଟର ଟ୍ରେନେର ଶ୍ରୀ ସୁବାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଗଣ୍ଡାହାତି ଠାରେ ଏକ ପ୍ରକୃତି ଶିବିର ଅନୁଷ୍ଠିତ ହୋଇଥିଲା | ଏହି ଶିବିରରେ ମହେନ୍ଦ୍ର ବନାଞ୍ଚଳ ରେଞ୍ଜ ଅଫିସର ଶ୍ରୀ ଅମିତ ଶୁଭ୍ରଜିତ ମୁଖ୍ୟ ଅତିଥି ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି,ଶ୍ରୀ ସୁବାସ ଚନ୍ଦ୍ର ସାହୁ,ଫରେଷ୍ଟର ଶ୍ରୀ ଅଶୋକ ଜେନା ବନରକ୍ଷୀ ଶ୍ରୀ କାଳୀ ପ୍ରସାଦ ଶବର ଶ୍ରୀ ରାଧାକୃଷ୍ଣ ପଣ୍ଡା ଶ୍ରୀ ଏସ ରାମାରାଓ ଶ୍ରୀ ଟି ଗଙ୍ଗାଧର ପାତ୍ର ଅଂଶ ଗ୍ରହଣ କରିଥିଲେ |

ଏହି ଶିବିରରେ ସାଧାରଣ ଜ୍ଞାନ ପରୀକ୍ଷା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା | ପ୍ଲାଷ୍ଟିକ ବର୍ଜନ, ପ୍ରକୃତି ସଂରକ୍ଷଣ,ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ବିଷୟରେ ସଚେତନ କରା ଯାଇଥିଲା | ପର୍ଯ୍ୟଟକ ମାନଙ୍କୁ ଛାତ୍ର ଛାତ୍ରୀ ମାନେ ପ୍ରକୃତି ସଂରକ୍ଷଣ ଉପରେ ସଚେତନ କରିଥିଲେ | ବିଭିନ୍ନ ତରୁ ଲତା ବୃକ୍ଷ ଓ ପଶୁ ପକ୍ଷୀଙ୍କ ବିଷୟରେ ଅନୁଧ୍ୟାନ କରିଥିଲେ | ସାଧାରଣ ଜ୍ଞାନ ପରୀକ୍ଷାରେ ଅର୍ଣ୍ଣପୂର୍ଣ୍ଣା ସାହୁ ପ୍ରଥମ ବାବୁଲା ପାଇକ ଦ୍ଵିତୀୟ ମୁରଲୀଧର ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚିତ୍ରାଙ୍କନରେ ଭଗବାନ ମଣ୍ଡଳ ପ୍ରଥମ ଗୋଲକ ରଇତ ଦ୍ଵିତୀୟ ପ୍ରଦୀପ ଶବର ତୃତୀୟ ସ୍ଥାନ ଅଧିକାର କରିଥିଲେ |
କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ବୃନ୍ଦ ସିଲଡ଼ ଓ ମାନପତ୍ର ପ୍ରଦାନ କରିଥିଲେ | ଏ କାର୍ଯ୍ୟକ୍ରମକୁ ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

No Result
View All Result