No Result
View All Result
୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ଼ :-> ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ସାକ୍ଷୀ ମାନଙ୍କ ବୟାନ ରେକର୍ଡ଼ କରାଯାଉଛି । ଏହି ମାମଲା ରେ ୬୮ ଜଣ ସାକ୍ଷୀ ଥିବା ବେଳେ ଆଜି ଅତିରିକ୍ତ ଜିଲ୍ଲା ଓ ଦୋରାଜର୍ଜ ରେ ୫୧ ନମ୍ବର ସାକ୍ଷୀ ଭାବେ ମୃତ ସୌମ୍ୟଶିଖର ଙ୍କ ପତ୍ନୀ ରୀମାରାଣୀ ସାହୁ ଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏଥିପାଇଁ ସେ କୋର୍ଟ ରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇଥିଲେ । ପାର୍ସଲ ବୋମା ଘରକୁ ପହଞ୍ଚିବା ,
ଏହାପରେ ବିସ୍ଫୋରଣ ପରେ ଯାହା ସବୁ ତାଙ୍କ ଆଖି ଆଗରେ ଘଟିଯାଇଥିଲା ତାକୁ ମାନ୍ୟବର ଜର୍ଜ ଙ୍କ ପାଖରେ ଦୃଢତା ର ସହ କହିବା ବେଳେ ସେ ଭାବ ବିହ୍ୱ।ଳ ହୋଇ ପଡିଥିଲେ । ଏଥି ସହ ବିପକ୍ଷ ଓକିଳ ଙ୍କ ପ୍ରତିଉତ୍ତୋର ର ଜବାବ ମଧ୍ୟ ଦେଇଥିଲେ ।ଏପର୍ଯ୍ୟନ୍ତ ୫୧ ଜଣ ସାକ୍ଷୀ ଙ୍କ ବୟାନ ରେକର୍ଡ ସରିଯାଇଥିବା ବେଳେ ବର୍ତ୍ତମାନ ସରକାରୀ କର୍ମଚାରୀ ମାନଙ୍କ ସାକ୍ଷ୍ୟ ବୟାନ ବାକିଥିବା ସହ ଛତିଶଗଡ଼ ,ଗୁଜୁରାଟ ,
ବମ୍ବେ ର ତିନିଜଣ କର୍ମଚାରୀ ଙ୍କ ମଧ୍ୟ ସାକ୍ଷ୍ୟ ବୟାନ ବାକି ରହିଛି ବୋଲି ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ଙ୍କ ଠାରୁ ଜଣାପଡିଛି । ଅପରପକ୍ଷ ରେ ଏହି ମାମଲା ର ମୂଖ୍ୟ ଅଭିଯୁକ୍ତ ପୁଞ୍ଜି ଲାଲ୍ ମେହେର ଙ୍କୁ ଆଜି ବଲାଙ୍ଗିର ଜେଲରୁ କଡା ସୁରକ୍ଷା ବଳୟ ରେ ପାଟଣାଗଡ କୋର୍ଟ କୁ ଅଣାଯାଇଥିଲା ।ତାଙ୍କ ସହିତ ତାଙ୍କ ଓକିଲ ପ୍ରମୋଦ କୁମାର ମିଶ୍ର ଆସିଥିବା ଦେଖିବାକୁ ମିଳିଛି ।
No Result
View All Result