No Result
View All Result

୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଖୋର୍ଦ୍ଧା ଜିଲ୍ଲା :-> ରମାବିଲି ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଙ୍କ ପୀଠରେ ତିନି ଦିନ ବ୍ୟାପି ବିଶ୍ୱ ଶାନ୍ତି ମହlଜଜ୍ଞ ଆରମ୍ଭ ହୋଇଯାଇଛି। ଭକ୍ତ ମାନେ ମଲାଗୁଣି ନଦୀ ର ରାମେଶ୍ୱର ଘାଟ ରୁ କଳସ ଯାତ୍ରା କରି ରମାବିଲି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଙ୍କ ପୀଠ ରେ ପହଂଚି ମନ୍ଦିର ପରିକ୍ରମା କରିଥିଲେ।

ତାପରେ ଗ୍ରାମର ଥାନାପତି ଶ୍ରୀ ଶ୍ରୀ ବ୍ରଜ ବିହୀରୀ ଦେବ ଙ୍କ ସହିତ ପ୍ରତି ସାହିର ଶ୍ରୀ ଶ୍ରୀ ଭାଗବତ ଦେବ ଙ୍କୁ ବିଭିନ୍ନ ପଟୁଆଳ କରି ଯଜ୍ଞ ସ୍ଥଳକୁ ନିମନ୍ତ୍ରଣ କରାଯାଇଥିଲା । ତାପରେ ଭୁ ପୂଜା ଗୋ ପୂଜା ସୂର୍ଯ୍ୟ ଙ୍କ ପୂଜା ଇତ୍ୟାଦି କରାଯାଇଥଲା । ପଣ୍ଡିତ କୃପାସିଂଧୁ ରଥ ଙ୍କ ପୌରହିତ୍ଯ ରେ ବହୁ ବ୍ରାହ୍ମଣ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରିଥିଲେ।

କର୍ତ୍ତା ସତ୍ୟବାଦୀ ପାଇକରାୟ, ନିତ୍ୟାନନ୍ଦ ମଙ୍ଗରାଜ, କବିରାଜ ରାଉତରାୟ, ସୁକାନ୍ତ ଜେନା, ସନ୍ତୋଷ ରାନସିଂହ, ଯୋଗୀ ସହୂ, ଶ୍ରୀନିବାସ ସହୂ, ବାସୁଦେବ ସାମନ୍ତରାୟ, ଯୋଗିନାଥ ସୁନ୍ଦରାୟ, ରମେଶ ସୁନ୍ଦରାୟ, ଗୋପୀନାଥ ସାମନ୍ତରାୟ ସହିତ ଗ୍ରାମ ର ବହୁତ ବ୍ୟକ୍ତି ଓ ମହିଳା ମାନେ ସହଯୋଗ କରିଥିଲେ


No Result
View All Result