No Result
View All Result
୧୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୟାଗଡ :-> ଗଣିଆ ଉନ୍ନୟନ କମିଟି ଓ ନାବାର୍ଡ, ନାଵ faoundation ମିଳିତ ଭାବରେ ଆଜି ଘଡୁଆଲ ଗ୍ରାମ ପଞ୍ଚାୟତ ଠାରେ 150 ଚାଷୀ ମାନଙ୍କୁ ନେଇ ଆର୍ଥିକ ସାକ୍ଷାରତ କର୍ମ ସାଲା ପ୍ରଥ ପ୍ରାନ୍ତ ନାଟକ ଓ ସଚେତନ ରଥ ଅନୁଷ୍ଠିତ ହୋଇଥିଲା, ଏହା ପରେ ସଚେତନତା ରଥ ର 20 ଟି ଗ୍ରାମରେ ବୁଲିବା ପାଇଁ ଶୁଭ ଉଧାଘାଟଣା ହୋଇଥିଲା,କୃଷି ବଜାର ସ୍ଥାନରେ ଗ୍ରାମୀଣ ସଶକ୍ତି କରଣ ପାଇଁ ଡ଼ିଜିଟାଇଜେସନ.

ଭାରତର ଗ୍ରାମଞ୍ଚଳରେ ଡିଜିଟାଲ କାରବାର ବ୍ୟବସ୍ଥାର କମ୍ ଗ୍ରହଣୀୟତା ରହିଅଛି । ଆର୍ଥିକ ସ୍ୱାକ୍ଷରତାର ଅଭାବ ଏବଂ ପରିପକ୍ବ ଦେୟ ଗ୍ରହଣ ଭିତ୍ତିଭୂମିର ଅଭାବ ଏହାର ମୂଖ୍ୟ କାରଣ ଅଟେ । ଏହି ପରିପ୍ରେକ୍ଷୀରେ ଡିଜିଟାଲ କାରବାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ମଣ୍ଡି ବଜାର ସ୍ଥାନକୁ ଚିହ୍ନଟ କରି ଏକ ସାମଗ୍ରିକ ଉପାୟ ଅବଲମ୍ବନ କରାଯିବା ଆବଶ୍ୟକ।
କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ

* ବିଭିନ୍ନ ଆର୍ଥିକ ଉତ୍ପାଦ ଓ ସେବା ଉପରେ ଉପଭୋକ୍ତା ସଚେତନତା ।
* ଡିଜିଟାଲ ଦେୟ ଭିତ୍ତିଭୂମିର ବ୍ୟବହାର ବୃଦ୍ଧି।
* ଡିଜିଟାଲ ଦେୟ ସମ୍ବନ୍ଧୀୟ ବିପଦ ଓ ଏହାର ମୁକାବିଲା ଉପରେ ସଚେତନତା ସୃଷ୍ଟି
* ପରମ୍ପରାକୁ ପରିବର୍ତ୍ତନ କରିବା, ପ୍ରଯୁକ୍ତି ବିଦ୍ୟାକୁ ଆପଣାଇବା ଟଙ୍କା ଗ୍ରହଣ ପାଇଁ କୌଣସି କ୍ୟୁ.ଆର.କୋଡ଼ ସ୍କାନ କରିବା ନାହିଁ କୌଣସି ଅଜଣା ଲିଙ୍କ ଉପରେ କ୍ଲିକ୍ କରିବା ପୂର୍ବରୁ ଯାଞ୍ଚ କରିବା।
ଅନଲାଇନ କାରବାର କରିବା ସମୟରେ ସର୍ବସାଧାରଣ ଓ୍ବାଇ ଫାଇ ବ୍ୟବହାର କରି ବାଠାରୁ ଦୂରରେ ରହିବା
* UPI ମାଧ୍ୟମରେ ଟଙ୍କା ଗ୍ରହଣ କରିବା ସମୟରେ କେବେବି ଆମ୍ଭର ପିନ୍ ନମ୍ବର ଦେବା ନାହିଁ
ଟଙ୍କା ଦେବା ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତିକାରୀଙ୍କ ନାମ ଯାଞ୍ଚ କରିବା।
ଫୋନ ଦ୍ୱାରା ପଚରାଯାଉଥିବା କୌଣସି PIN, Password କିମ୍ବା OTP ଅନ୍ୟକୁ ଜଣାଇବା ନାହି ।
* କେ.ଓ୍ୱାଇ.ସି ଯାଞ୍ଚ କିମ୍ବା ଆକାଉଣ୍ଟ ବ୍ଲକ୍ ସମ୍ବନ୍ଧୀୟ କୌଣସି କଲ’ର ଉତ୍ତର ଦେବାନାହିଁ।

ବ୍ୟାଙ୍କ ପ୍ରତିନିଧୂ ଭାବରେ ପରିଚୟ ଦେଇ ଆକାଉଣ୍ଟ କିମ୍ବା କାର୍ଡ଼ର ତଥ୍ୟମାଗୁଥିବା ବ୍ୟକ୍ତିଙ୍କୁ କୌଣସି ସୂଚନା ଦେବାନାହିଁ। ( ସାବଧାନ ରୁହନ୍ତୁ, ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ) ଏହି କାର୍ଯ୍ୟ କ୍ରମରେ ଏଲଡିମ ଶସୀ ଶେଖର ପଟନାୟକ, ନାବାର୍ଡ ଡ଼ିଡ଼ି ଏମ ତୃପ୍ତି ତାପସୀ, ଗଣିଆ ଉନ୍ନୟନ କମିଟି ସଭାପତି ଉସାରାଣୀ ପଟ୍ଟନାୟକ, ମଣ୍ଡି ଅଧିକାରୀ ପ୍ରଭାସ କୁମାର ସାହୁ, ସରପଞ୍ଚ ଘଡୁଆଲ ସଂଯୁକତା ମହାପାତ୍ର ଙ୍କ ଦ୍ୱାରା ବିଭିନ୍ନ ପୋଷ୍ଟର ଓ ଲିଫିଲେଟ ଉନ୍ମୋଚନ କରା ଯାଇଥିଲା.

No Result
View All Result