ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥ ଶର୍ମା

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ସେରଗଡ ଗ୍ରାମର ନବ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଦର୍ଶନ କରିଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥ ଶର୍ମା। ଏହି ଭବ୍ୟ ମନ୍ଦିରକୁ ଦର୍ଶନ କରିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି। ସେରଗଡ ଗ୍ରାମବାସୀ ତଥା ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ନବୀକରଣରେ ୧୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମନ୍ଦିରର ପ୍ରତିଷ୍ଠା ଓ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ପାଇଁ ଗ୍ରାମବାସୀମାନେ ଅପ୍ରେଲ ୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ଦିନ ପ୍ରଭୁ ଜଗନ୍ନାଥଙ୍କ ପରମ ସେବକ ସୂର୍ଯ୍ୟ ନାରାୟଣ ରଥ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୈଦିକ ବିଧିବିଧାନ ସହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ପରିଚାଳନା କମିଟିର ସଭାପତି ମାଧବ ନାଏକ, ପ୍ରେମଲାଲ ପଣ୍ଡା,ଅଗସ୍ତି ଭୋଇ, ପଞ୍ଚାନନ ଭୋଇ, ଚକ୍ରଧର ଭୋଇ, ବିମଳ ସାହୁ,ଭୁବନେ ମାଝୀ, ମକାରୁ ମାଝୀ, ନାରାୟଣ ରଣା, ଗଙ୍ଗାଧର ସାହୁ ପ୍ରମୁଖ ସହ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ପ୍ରକାଶ ପାଇଛି।