-
ଭାପୁର ବ୍ଲକରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର
ସମାଜସେବୀ ସନ୍ତୋଷ କୁମାର ତ୍ରିପାଠୀ, ଅଖିଳ ସେଠୀ, ଅମ୍ବିକା ସୁବୁଦ୍ଧି, କାହ୍ନୁ ଚରଣ ସ୍ବାଇଁ ପ୍ରମୁଖ ମଂଚାସୀନ ହେବା ସହ ବିକାଶ ମୂଳକ ଯୋଜନା ସମ୍ପର୍କରେ ଉଦବୋଧନ ଦେଇଥିଲେ l କରବର ପଞ୍ଚାୟତରେ ୧୩୨୫ ଗୋଟି ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା, ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରେ ୨ଟି ପ୍ରକଳ୍ପରେ ୧୨ଲକ୍ଷ ବିନିଯୋଗ, କାଳିଆ ଯୋଜନା ରେ ୧୦୫୮ ପରିବାର ଅନ୍ତର୍ଭୁକ୍ତ, ୮୬୧ ଜଣଙ୍କୁ ଭତ୍ତା, ୧୨୦ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୪୬୪ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ, ୩୧୨ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ୧୩୨୫ ପରିବାରଙ୍କୁ ରେସନ୍ କାର୍ଡ, ଆମ ବ୍ୟାଙ୍କ ଏବଂ ଲକ୍ଷ୍ମୀ ଯୋଜନାରେ ପଂଚାୟତକୁ ଅନ୍ତର୍ଭୁକ୍ତ ଆଦି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇ ଥିଲା l ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ହଜାରରୁ ଊର୍ଦ୍ଧ୍ଵ ମହିଳା ମାନେ ଉପସ୍ଥିତ ଥିଲେ।

© 2023 Odisha Taza News.