No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ରଣପୁର ବ୍ଳକ :-> ରାମଚନ୍ଦ୍ର ପୁର ଶାସନ ରେ ବାବା ରାମେଶ୍ବର ଶୈବ ପୀଠ ରେ ୩ ଦିନ ଧରି ବିଶ୍ବଶାନ୍ତି ମହାଯଜ୍ଞର ପୂଣ୍ଣାହୂତୀ ହୋଇଛି । ତା ୭/୨ରିଖ ବୁଧବାର ଦିନ ଅଙ୍କୋରାପଣ କରାଯାଇଥିଲା । ତାପରେ ଗୁରବାର ଦିନ ଚଣ୍ଡୀବଧି ପୁଷ୍କରଣୀ ରୁ କଳସ ଶୋଭାଯାତ୍ରା କରି ଆସିଥିଲେ । ପରେ ପରେ ଠାକୁର ଙ୍କୁ ନିମନ୍ତ୍ରଣ କରି ଯଜ୍ଞ ବେଦୀ କୁ ଅଣାଯାଇ ପୂଜା ଆରମ୍ଭ ହୋଇଥିଲା । ଚତ୍ତୃବେଦ କୁଣ୍ଡରେ ବ୍ରାହ୍ମଣମାନେ ଆହୁତି କରିଥିଲେ ।
ସକାଳୁ ଷୋଡଶ ଉପଚାର ରେ ସୂର୍ଯ୍ୟ ପୂଜା ,କାମଧେନୁ ପୂଜା କରାଯାଇଛି । ମଧ୍ୟାହ୍ନ ରେ ଚଣ୍ଡୀ ପାଠ,ରୁଦ୍ରାଭିଷେକ କର୍ମ ହୋଇଥିଲା ।ଆଚାର୍ଯ୍ୟ ପଣ୍ଡିତ ଆଲୋକ ତ୍ରିପାଠୀ,ହରେକୃଷ୍ନନନ୍ଦ ,ମନୋରଞ୍ଜନ ପ୍ରହରାଜ,ଶଙ୍କରଷର୍ଣ ଦାଶ ନୀଳକଣ୍ଠ ଦାଶ,ପ୍ରଦୀପ ମିଶ୍ର ପ୍ରମୁଖ ପଣ୍ଡିତ ମାନେ ନିମତ୍ରିତ ହୋଇ ଯଜ୍ଞ କର୍ମ କରିଥିଲେ ।
ରାମଚନ୍ଦ୍ର ପୁର ଓ ଭଟପୁର ଗ୍ରାମବାସୀ ଜଗନ୍ନାଥ ନନ୍ଦ,ବୀରକିଶୋର ମିଶ୍ର,ବାଳକୃଷ୍ଣ ଷଡ଼ଙ୍ଗୀ ସହଯୋଗରେ ହୋଇଛି । ଏହା ଆଜକୁ ୨୫ବର୍ଷ ଧରି ଯଜ୍ଞ ହୋଇ ଆସୁଛି । ସଂଧ୍ୟା ରେ ପ୍ରତିଦିନ ପ୍ରବଚନ,ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ ର ସୁବ୍ଯବସ୍ଥା ହୋଇଥିଲା । ଏହା ବେଶ୍ ଭକ୍ତମୟ ହୋଇଥିଲା
No Result
View All Result