No Result
View All Result
୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ରଣପୁର ବ୍ଳକ :-> ରାମଚନ୍ଦ୍ର ପୁର ୟୁଜିଏମ୍ଇ ସ୍କୁଲ୍ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ବ୍ଳକ ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳିତ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସ୍କୁଲ୍ ପରିଚାଳନା ସଭାପତି ବୀରକିଶୋର ମିଶ୍ର ,

ସମ୍ମାନିତ ଅତିଥି ଭାବରେ ଗୋପାଳ ପୁର କ୍ଲଷ୍ଟରର ସାଧନକର୍ମୀ ଅକ୍ଷୟ ମହାପାତ୍ର ମଞ୍ଚ ମଣ୍ଡନ କରିଥିଲେ । ପ୍ରଧାନ ଶିକ୍ଷକ ନୀଳକଣ୍ଠ ରଥ ସଭାପତି ଭାବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶିକ୍ଷୟତ୍ରି ଗାୟତ୍ରୀ ନାୟକ ବିଦ୍ୟାଳୟ ର ବିବରଣୀ ପାଠ କରିଥିଲେ । ପିଲା ମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

ମୁଖ୍ୟ ଅତିଥି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ସଂସ୍କୃତିକ କାର୍ଯ୍ୟକ୍ରମ କୁ ଭାଗ୍ୟରଥି ଦଳବେହେରା ଓ ସୁଶ୍ରୀ ସଙ୍ଗାତା ନନ୍ଦ ନୃତ୍ଯ ନିଦ୍ଦର୍ଶନା ଦେଇଥିଲେ । ମନୋଜ ତ୍ରିପାଠୀ,ସଂଧ୍ୟାରାଣି କର ,ନରେନ୍ଦ୍ର ବେହେରା,ସରୋଜିନୀ ମହାପାତ୍ର,ଶୈଳେନ୍ଦ୍ର ମହାପାତ୍ର ଶିକ୍ଷକ ଶିକ୍ଷୟତ୍ରି ସହଯୋଗ କରିଥିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲା ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲେ ।
No Result
View All Result