୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ୱାର୍ଡ ନଂ ୫୯, ୬୦,୬୧ ଏବଂ ୬୭ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରାୟ ୫.୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କୁ ଶିଳାନ୍ୟାସ କରିଛନ୍ତି । ସେଥିମଧ୍ୟରୁ କପିଳେଶ୍ୱର ଗ୍ରାମ ଶ୍ମଶାନ ପାଇଁ ପ୍ରାୟ 1 କୋଟି ଟଙ୍କା ବ୍ୟୟରେ ଉର୍ନତିକରଣ,ଗଙ୍ଗୁଆ ସାହି ଅଧିବାସୀ ମାନଙ୍କ ପାଇଁ ୨୩ ଲକ୍ଷ ବ୍ୟୟରେ ଶୌଚାଳୟ ଓ ରାସ୍ତା, ବଡ ସାହି ରାସ୍ତା,କୁମ୍ଭାର ସାହି ଦୁଈ ପାର୍ଶ୍ୱର ନାଳ,କୁମ୍ଭାର ସାହି ବ୍ରିଜ ଠାରୁ କପିଳେଶ୍ଵର ବ୍ରିଜ ପର୍ଯ୍ୟନ୍ତ ରାସ୍ତା
ଓ କପିଳେଶ୍ଵର ବ୍ରିଜ ଠାରୁ ରାମଚନ୍ଦ୍ର ସାହୂ ଘର ପର୍ଯ୍ୟନ୍ତ କେନାଲ ବନ୍ଧ ର କଂକ୍ରିଟ କାନ୍ଥ,ୱାର୍ଡ ନଂ ୬୧ ରେ ଖଣ୍ଡୁଆଳ ମନ୍ଦିର ନିକଟ ପେଭର୍ ରାସ୍ତା, ପିପୂଲ୍ସ ବିଜୁ ଆଦର୍ଶ କଲୋନୀ ର ରାସ୍ତା,ପଞ୍ଚମୁଖୀ ହନୁମାନ ମନ୍ଦିର ର ରାସ୍ତା,ୱାର୍ଡ ନଂ ୫୯ ନିଗମ ବିହାର ରାସ୍ତା ଓ ନାଳ ନିର୍ମାଣ ସେହିପରି ୱାର୍ଡ ନଂ ୬୭ ର ନିଉ ଆଜାଦ ନଗର ରାସ୍ତାକୁ ମଧ୍ୟ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।
କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ,ସ୍ଥାନୀୟ କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ,ଶିବ ନାରାୟଣ ରାୟ,ମଧୁସ୍ମିତା ପ୍ରଧାନ,ତପନ ରାଉତ,ଅଷ୍ଫର ଇକବାଲ,ନିହାର ରଞ୍ଜନ ଚମ୍ପତି,ଛବି ସ୍ବାଇଁ, ସୂର୍ଯ୍ୟ ମହାନ୍ତି,ଦୀପ୍ତି ମିଶ୍ର,ହଳଧର ମଲ୍ଲିଆ, ପ୍ରଶାନ୍ତ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।

© 2023 Odisha Taza News.