No Result
View All Result
୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମାର ଶତାଧିକ ମହିଳା ଓ ପୁରୁଷ ମଦ ବିରୋଧୀ ଆନ୍ଦୋଳନ କରିବା ସହ ଶୋଭାଯାତ୍ରା କରିଛନ୍ତି । ପଡ଼ିଆ ବ୍ଲକ ସାଧାରଣତଃ ଆଦିବାସୀ ବହୁଳ ଅଞ୍ଚଳ । ଏ ଅଞ୍ଚଳରେ ଚାଷୀ ମୂଲିଆବର୍ଗର ଲୋକେ ବସବାସ କରନ୍ତି । ଏଠାରେ ଦେଶୀ ଓ ବିଦେଶୀ ମଦ ବହୁଳ ପରିମାଣରେ ବିକ୍ରି ହେଉଛି । ମଦପାନ କରିବାରୁ ଅଞ୍ଚଳବାସୀଙ୍କ ଜୀବନ ଉପରେ ବହୂ କୁପ୍ରଭାବ ପଡୁଛି । ଏଣୁ ଅଞ୍ଚଳରେ ମଦ ବିକ୍ରିକୁ ବନ୍ଦ କରିବା, ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଦାବିରେ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍କାରକପତ୍ର ପଡ଼ିଆ ଥାନା ଅଧିକାରୀ ରାମେଶ୍ବର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।
No Result
View All Result