ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) ଗଞ୍ଜାମ :- କୋଦଳା ହସ୍ପିଟାଲରେ ASIଙ୍କ ଶବ ପଡ଼ି ରହିବା ଘଟଣାରେ ପ୍ରତିକ୍ରିୟା ରଖିନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ । ମୃତ ASI କରୋନାରେ ଆକ୍ରାନ୍ତ ହୋଇଥିଲେ ।
କିଛି ମେଡିକାଲ କାର୍ଯ୍ୟ ପାଇଁ ମୃତଦେହ ସେଠାରେ ରଖା ଯାଇଥିଲା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆମ ସହକର୍ମୀ ଥିଲେ, ଆମ ଭାଇ ଥିଲେ ; ଆମେ ସମସ୍ତେ ଆସିଛୁ ଏଠାକୁ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଏସ୍ପି କହିଛନ୍ତି । (ରିପୋର୍ଟ ଶ୍ରୀକାନ୍ତ ବେହେରା)