-
ଭୁବନ ରେ ୧୪ ବର୍ଷ ଧରି ରାଜ୍ କରୁଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ
୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନ :- ସାଧାରଣ ନିର୍ବାଚନ ପାଇଁ ସମଗ୍ର ଦେଶରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ଅପ୍ରେଲ / ମେ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଗୋଟିଏ ସ୍ଥାନରେ ୩ ବର୍ଷ କିମ୍ବା ତା ଠାରୁ ଅଧିକ ଦିନ କାର୍ଯ୍ୟ କରୁଥିବା ଅଧିକାରୀ ଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭୁବନ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ରେ ସରକାରଙ୍କ ବଦଳି ନୀତି ବଳି ପଡ଼ିଛି । ଏଠାରେ ନିଯୁକ୍ତି ପ୍ରାପ୍ତ ଯନ୍ତ୍ରୀ ଜଣକ ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ବ ସମୟ କିଭଳି ଭାବେ ରହିଲେଣି ବୋଲି ବୁଦ୍ଧିଜୀବୀ ମହଲ ବିସ୍ମୟ ପ୍ରକାଶ କରୁଛନ୍ତି ।
ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ସୋନାଲି ନାଏକ ୨୦୦୮-୦୯ ରେ ଭୁବନ ଜନସ୍ୱାସ୍ଥ୍ୟ ବିଭାଗ ରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୨୦୧୩-୧୪ ରେ କନିଷ୍ଠ ଯନ୍ତ୍ରୀ ରୁ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ । ଆଶ୍ଚଯ୍ୟ ଜନକ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ନ ହୋଇ ଏଠାରେ ରହି ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି । କନିଷ୍ଠ ଯନ୍ତ୍ରୀ ଭାବେ ୪ ବର୍ଷ ଓ ତା ପରେ ସହକାରୀ ଯନ୍ତ୍ରୀ ଭାବେ ୧୦ ବର୍ଷ ଏମିତି ସମୁଦାୟ ୧୪ ବର୍ଷ ହେଲା ଏଠାରେ ରହି ରାଜ୍ କରିବା ସହିତ ମାତ୍ରାଧିକ ଦୁର୍ନୀତି ଅନିୟମିତତା ରେ ଲିପ୍ତ ରହି ଆୟବର୍ହିଭୂତ ସମ୍ପତି ଠୁଳ କରିବାରେ ଲାଗିଛନ୍ତି ।
କୋଟି କୋଟି ଟଙ୍କା ର ପାଇପ ବିଛା କାର୍ଯ୍ୟ ରେ ଜନୈକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବାରମ୍ବାର ଟେଣ୍ଡର ଦିଆଯାଉଥିବା ବେଳେ ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ମଧ୍ୟ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଦିଆଯାଇ ମୋଟା ଅଙ୍କର ପିସି ଆଦାୟ କରୁଥିବା ଅଭିଯୋଗ ହେଉଛି । ପାଇପ ବିଛା କାର୍ଯ୍ୟ ପାଇଁ ସାରା ସହର ରାସ୍ତା କୁ ଖୋଳି ତାଡି ନଷ୍ଟ କରିଦେଉଛନ୍ତି । ଏନ୍ ଏ ସି ତରଫରୁ ନିର୍ମାଣ କରାଯାଇଥିବା ଫେବର ରାସ୍ତାକୁ ମଧ୍ୟ ଖୋଳି ନଷ୍ଟ କରିଦେଇଛନ୍ତି । ପାଇପ କାର୍ଯ୍ୟ ପାଇଁ ଯେଉଁ ରାସ୍ତା ଖୋଳା ଯାଉଛି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାହାକୁ ମରାମତି କରା ନଯାଇ ସେମିତି ଛାଡ଼ି ଦିଆ ଯାଉଛି ।














