ନୁଆ – ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ “ଓଡ଼ିଆ ଭାବେ ଗର୍ବ କରିବା”

୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନ :- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ – ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ। ୨୦୩୬ ରେ ଓଡ଼ିଶା ପ୍ରଦେଶ ଶତ ବାର୍ଷିକ ଉତ୍ସବ ପାଳନ କରିବ । ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ଏବଂ ଯୁବ ଛାତ୍ରଙ୍କ ମନ ,ହୃଦୟ ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ଡ଼ଃ ମମତା ପାତ୍ର ଯୋଗଦେଇ କହିଥିଲେ ଯେ ଜଗନ୍ନାଥ ସଂସ୍କୃତି ସାରା ବିଶ୍ବରେ ଓଡ଼ିଆ ଏବଂ ଓଡ଼ିଶା କୁ ପରିଚିତ କରାଇଛି। ଓଡ଼ିଆ ଭାଷା ସହିତ ଅନ୍ୟ ଭାଷା ଶିଖିଲେ ଅନ୍ୟ ସଂସ୍କୃତି କୁ ଓଡ଼ିଆ ରେ ଅନୁବାଦ କରି ପାରିବା । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଙ୍କ ବିରତ୍ଵ ସମ୍ପର୍କରେ ଆଲୋଚନା କରିବା ସହ ଆମେ ନିଜେ ନିଜକୁ ଓଡ଼ିଆ ଭାବେ ଗର୍ବ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ସଂଯୋଜନା କରିଥିଲେ ।ନୁଆ – ଓ ଆନୁକୁଲ୍ୟରେ ୯ ଟି ବିଭାଗରେ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ୩୦ ଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ଛାତ୍ରୀ ଭାବେ ବିଶ୍ବରୁପା ବେହେରା,ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ଋତୁପର୍ଣ୍ଣା ଧୀର ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ନିରଞ୍ଜନ ନାୟକ,ଅଧ୍ୟାପିକା ପ୍ରମିଳା ଦାସ ଙ୍କ ସମେତ ପ୍ରଣତୀ ବେହେରା, ଜଗନ୍ନାଥ ସାହୁ,ଦେବାଶିଷ ସେଠୀ, ଆମ୍ବୁଜ ସାହୁ,ଲକ୍ଷ୍ମଣ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।