ନବୀନ ଓଡିଶାର ପଞ୍ଚାୟତ ସ୍ତୋରୀୟ ସଚେତନା ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚମ୍ପୁଆ :-> ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ଦ୍ବାରା ଆୟୋଜିତ ପଞ୍ଚାୟତ ସ୍ତରୀୟ ସଚେତନା ବାର୍ତ୍ତା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୋଡା ଓ ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଗ୍ରାମାଞ୍ଚଳରେ ଥିବା ଜନ ସାଧାରଣଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ମତବ୍ୟକ୍ତ କରିଥିଲେ । ଆଜି ଚମ୍ପୁଆ ବ୍ଲକର କୁଟାରୀ ପଶି,

ରଜିଆ ଏବଂ ଯୋଡା ବ୍ଲକର ବିରିକଳା ଦେଓଝର ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହୋଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି

ଭାବରେ ଯୋଗ ଦେଇ ଲୋକମାନଙ୍କୁ ସମସ୍ତ ବିଷୟରେ ସଚେତନ ହେବାକୁ ବାର୍ତ୍ତା ଦେଇଥିଲେ । ପର୍ଯ୍ୟାୟ କ୍ରମେ ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଥିଲେ ।