ରାଜୀବ ଲୋଚନ ବେହେରା ଭୁବନ ଏନ୍ ଏ ସି ର ନୂତନ ନିର୍ବାହୀ ଅଧିକାରୀ

୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନ :->  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ରାଜୀବ ଲୋଚନ ବେହେରା ଆଜି ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ବେହେରା ପୂର୍ବରୁ ଭୁବନ ତହସିଲ କାର୍ଯ୍ୟାଳୟରେ ଗତ ଫେବୃଆରୀ ୨୩ ତାରିଖ ୨୦୨୨ ମସିହାରୁ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ।

ଜଣେ ଦକ୍ଷ,କର୍ତ୍ତବ୍ୟ ନିଷ୍ଠ ଅଫିସର ଭାବେ ତାଙ୍କର ସୁନାମ ରହିଛି । ବିଦାୟୀ ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ଖୋର୍ଦ୍ଧା ସବ ରେଜିଷ୍ଟ୍ରାର ଭାବେ ବଦଳି ହୋଇ ଯାଇଥିବା ଜଣା ପଡ଼ିଛି। ନୂତନ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବେହେରା ଙ୍କୁ ଏନ୍ ଏ ସି କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ସ୍ଵାଗତ ଜଣାଇଥିଲେ ।