ଓଡିଶା ତାଜା ନ୍ୟୁଜ୍ (୨୪ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :- ଭୁବନେଶ୍ୱର ନୂତନ ସରକାରୀ ବାସଗୃହ କଲ୍ୟାଣ ସମିତି ଆନୁକୂଲ୍ୟ ରେ ମହାମାରୀ କରୋନା ର ପାଦ୍ରୁଭାବ କୁ ପରାହତ କରିବା ପାଇଁ ସମସ୍ତ ସରକାରୀ ବାସଗୃହ ତଥା ଚତୃପାର୍ଶ୍ୱ ରେ ଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ ବସ୍ତି ର ବିଶୋଧନ ପର୍ଯ୍ୟାୟକ୍ରମେ କରାଯାଉଅଛି । ଆଜି ସରକାରୀ ବାସଗୃହ କଲୋନୀ ର ପଶ୍ଚିମ ପାର୍ଶ୍ଵ ରେ ଥିବା ଦୋକାନ ଏବଂ ତ୍ରିନାଥ ବସ୍ତିର ବିଶୋଧନ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।
ଏଥିରେ କଲ୍ୟାଣ ସମିତି ର ସଭାପତି ଦିଲ୍ଲୀପ କୁମାର ରଥ , ଉପସଭାପତି ଅଶ୍ୱିନି କୁମାର ଶତପଥି , ସାଧାରଣ ସମ୍ପାଦକ ରେବତୀ କାନ୍ତ ମହାରଣା , କୋଷାଧକ୍ଷ ଦୈତାରି ବୈଶାଖ , କାର୍ଯ୍ୟ ନିର୍ବାହୀ ସଦସ୍ୟ ରାଧା କାନ୍ତ ରାଉତରାୟ ତଥା ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ମାନଙ୍କ ସହିତ କୋଭିଡି ସଚେତକ ର ସ୍ୱଛାସେବୀ ସଦସ୍ୟ ମାନେ ଉପସ୍ଥିତ ଥିଲେ ।