୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ଓଡ଼ିଶା ବିଧାନସଭାର ଓଏସଡି ତଥା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ପୁନର୍ବାର ୧ବର୍ଷ ପାଇଁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶ୍ରୀ ଶତପଥୀଙ୍କ ଆସନ୍ତା ଫେବୃଆରୀ ପହିଲାରୁ ୧ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭାର ନବୀକରଣଠାରୁ ଆରମ୍ଭ କରି ଇ- ବିଧାନସଭା, ‘ନେଭା’ ପୋର୍ଟାଲ କାର୍ଯ୍ୟକ୍ଷମ ଏବଂ ବିଧାନସଭା ପରିସର ସୌନ୍ଦର୍ଯ୍ୟକରଣ କରିବାରେ ଶ୍ରୀ ଶତପଥୀ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ ।