ଓଡିଶା ତାଜା ନ୍ୟୁଜ୍ (୨୪ ଜୁଲାଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ଟ୍ୟାକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଥିବା କର୍ମଚାରୀ ଧନୁର୍ଦ୍ଧର ସ୍ୱାଇଁ (୫୧)ଙ୍କ ଗୁରୁବାର ଚିକିତ୍ସାଧିନ ସମୟରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ସେ କୌଣସି ରୋଗରେ ଆକ୍ରାନ୍ତ ଥିଲେ । ବୁଧବାର ଅବସ୍ଥା ସଙ୍କଟପନ୍ନ ହେବାରୁ ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ପ୍ରଥମେ ବ୍ରହ୍ମପୁର ନଗର ଚିକିତ୍ସାଳୟ ଓ ପରେ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଚିକିତ୍ସାଧିନ ସମୟରେ ଗୁରୁବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ପୌର କର୍ମଚାରୀ ସ୍ୱାଇଁ ଗତ କିଛି ଦିନ ଧରି ପୌରାଂଚଳର ଏକ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ମୃତ ସ୍ୱାଇଁଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିନଥିବା ଜଣାପଡ଼ିଛି । ସ୍ୱାଇଁଙ୍କ ମୃତ୍ୟୁ ପରେ ପୌର ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଶେକର ଛାୟା ଖେଳିଯାଇଛି । (ଶେଷଦେବ ସାହୁ)