୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୟାଗଡ ଜିଲ୍ଲା :-> ରଣପୁର ତହସିଲ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଜମି ଚିହ୍ନଟ କରଯାଇଥିଲା । ଜମି ଚିହ୍ନଟ ପରେ ସରକାରୀ ନିୟମ ଅନୁଯାୟୀ ଜମିର ବେଞ୍ଚମାର୍କ ଦର ହିସାବରେ କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ କ୍ଷତି ପୂରଣ ପ୍ରଦାନ କରିବାର ସରକାରୀ ପ୍ରାବଧାନ ରହିଛି ।ଯେଉଁ ଘରୋଇ ଜମିଗୁଡ଼ିକୁ ଅଧିଗ୍ରହଣ କରାଯିବା ର ପ୍ରସ୍ତାବ ରହିଥିଲା ସେଗୁଡ଼ିକର ସରକାରୀ ଦର ଧାର୍ଯ୍ୟ କରିବା ଏବଂ କ୍ଷତିଗ୍ରସ୍ତ ଜମି ମାଲିକ ମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ପ୍ରାଧିକୃତ ଜମି ଅଧିଗ୍ରହଣ ଅଧିକାରୀ ( CALA NHAI) କୁ ଦାୟିତ୍ଵ ଦିଆଯାଇ ଥିଲା ।
କିନ୍ତୁ ଦାୟିତ୍ଵ ରେ ଥିବା ସରକାରୀ ଅଧିକାରୀ ଅପରାଧିକ ଷଡ଼ଯନ୍ତ୍ର ପୂର୍ବକ ଚଞ୍ଚକତା ଓ ଜାଲିଆତି କରି କିଛି ଜମି ମାଲିକ ମାନଙ୍କ ସହ ମିଶି ସରକାରୀ ଧାର୍ଯ୍ୟ ଦର ଠାରୁ ଢେର୍ ଅଧିକ ମୂଲ୍ୟାୟନ କରି ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ବିଭାଗ ନିକଟରେ ଦାଖଲ କରିଛନ୍ତି ।ପ୍ରସ୍ତାବିତ ଜମିର ମୂଲ୍ୟ ନିର୍ଦ୍ଧାରଣ କରିବା ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ କଛି ଜମି ମାଲିକ ମାନଙ୍କ ଠାରୁ ପ୍ରଚୁର ପରିମାଣର ଲାଞ୍ଚ ନେଇ ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରି ମିଥ୍ୟା ଦସ୍ତାବିଜ୍ ପ୍ରସ୍ତୁତ କରି ଠକେଇ କରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ।ଏହି ସମସ୍ତ ସରକାରୀ ଅଧିକାରୀମାନେ ଗୋଟିଏ ମୌଜାରେ ଜଣେ ଜମି ମାଲିକ ଙ୍କୁ କ୍ଷତି ପୂରଣ ସରକାରୀ ଦରରେ ଦେଇଥିବା ବେଳେ ଉକ୍ତ ମୌଜାରେ ଅନ୍ୟ ଜଣଙ୍କୁ ତା ଠାରୁ ୫୦ ଗୁଣା ଅଧିକା କ୍ଷତିପୂରଣ ଦିଆଯାଇଛି ।

ଏହି ଅପରାଧିକ ଷଡ଼ଯନ୍ତ୍ର ରେ କିଛି ଜମି ମାଲିକ,କିଛି ସରକାରୀ ଅଧିକାରୀ ମାନେ ମିଳିମିଶି କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଓ ହରିଲୁଟ କରିଛନ୍ତି ।ପ୍ରାଧିକୃତ ଜମି ଅଧିଗ୍ରହଣ ଅଧିକାରୀ,ଜାତୀୟ ରାଜପଥ ନୟାଗଡ ର ଜମି ମୂଲ୍ୟାୟନ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀ ମାନେ ମିଶି କିଛି ଜମି ମାଲିକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲାଞ୍ଚ ନେଇ ଜମିର ଦର ଓ କ୍ଷତିର ପରିମାଣ କୁ ବଢାଇ ସରକାରୀ ମୂଲ୍ୟାୟନ ଠାରୁ ଢେର୍ ଅଧିକ ଅର୍ଥ ପ୍ରଦାନ କରିଛନ୍ତି ।
ଏହି ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇରେ ରେ ଜମି ମାଲିକ ପୀୟୁଷ ରଞ୍ଜନ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପରିଡ଼ା,ସର୍ବେଶ୍ଵର ବରାଡ,ସୁକାନ୍ତି ଗୁମାନସିଂହ, ଉପେନ୍ଦ୍ର ସାମନ୍ତରାୟ ଏବଂ ଏହି କାର୍ଯ୍ୟରେ ସମ୍ପୃକ୍ତ ସମସ୍ତ ସରକାରୀ ଅଧିକାରୀ ମାନେ ସମ୍ପୃକ୍ତ ଅଛନ୍ତି । ଏହା ଫଳରେ ସରକାରଙ୍କର କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ହୋଇଅଛି ।ଆମ ଅଞ୍ଚଳର ସମାଜ ସେବୀ ଗଣେଶ୍ୱର ମାନ୍ଧାତା ଓ ଦୀପକ କୁମାର ରାଉତରାୟ ଏହାର ସି.ବି.ଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।ଉଚ୍ଚ ସ୍ତରୀୟତଦନ୍ତ ହେଲେ ସବୁ ସତ୍ୟାସତ୍ୟ ପଦାକୁ ଆସିବା ସହ ସାଧାରଣ ଲୋକ ନ୍ୟାୟ ପାଇ ପାରିବେ ।














