• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜନୈତିକ ମାନଚିତ୍ରରେ ସର୍ବଦା ଗୁରୁତ୍ୱ ବହନ କରିଥାଏ ରଣପୁର ବିଧାନସଭା

Proprietor Abhimanyu Maharana by Proprietor Abhimanyu Maharana
January 31, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ରାଜନୀତି, ହୋମ୍
0
ରାଜନୈତିକ ମାନଚିତ୍ରରେ ସର୍ବଦା ଗୁରୁତ୍ୱ ବହନ କରିଥାଏ ରଣପୁର ବିଧାନସଭା
Share on FacebookShare on TwitterWhatsapp

୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ରଣପୁର :-> ଓଡ଼ିଶା ପ୍ରାଦେଶିକ ବିଧାନସଭା ନିର୍ବାଚନ ପରଠାରୁ ରାଜ୍ୟ ରାଜନୀତିର ରାଜନୈତିକ ମାନଚିତ୍ରରେ ସର୍ବଦା ଗୁରୁତ୍ୱ ବହନ କରିଥାଏ ରଣପୁର ବିଧାନସଭା । ସେ ଶାସକ ରାଜନୈତିକ ଦଳ ହେଉ କିମ୍ବା ବିରୋଧୀ, ସମସ୍ତେ ଗୁରୁତ୍ୱ ଦେଇଥା’ନ୍ତି ରଣପୁର ବିଧାନସଭା କ୍ଷେତ୍ରକୁ। ଏହି ବିଧାନସଭା କ୍ଷେତ୍ରରୁ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀଭାବେ ଇତିହାସ ପୃଷ୍ଠା ମଣ୍ଡନ କରିଥିବା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ(କ୍ୟାବିନେଟ୍ ପାହ୍ୟା) ରାଜମାତା ସ୍ୱର୍ଗତ ବସନ୍ତ ମଞ୍ଜରୀ ଦେବୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନଙ୍କ ପର୍ଯ୍ୟନ୍ତ କେତେଯେ ନେତାଙ୍କର ଆବିର୍ଭାବ ହେଇଛି ଏଇ ବିଧାନସଭା କ୍ଷେତ୍ରରେ।

ବସନ୍ତ ମଞ୍ଜରୀ ଦେବୀଙ୍କ ପରେ ରଘୁ ରାୟ,ରାମଚନ୍ଦ୍ର ରାମ,ରମେଶ ଚନ୍ଦ୍ର ପଣ୍ଡା,ରମାକାନ୍ତ ମିଶ୍ର,ଶରତ ମିଶ୍ର, ସୁରମା ପାଢ଼ୀ, ରବି ନାରାୟଣ ମହାପାତ୍ର ଓ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏକ୍ଷେତ୍ର ସୁଯୋଗ ଦେଇଛି ବିଧାନସଭାରେ ପ୍ରତିନିଧିତ୍ୱ କରିବା ପାଇଁ। ଏପରିକି ଏହି ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ପ୍ରତିନିଧି ମଧ୍ୟ ରାଜ୍ୟ ରାଜନୀତିରେ ଏକଦା ବିରୋଧୀ ଦଳ ନେତା ଭୂମିକା ନିର୍ବାହ କରିବାର ସୁଯୋଗ ପାଇଛନ୍ତି। କେବଳ ସେତିକି ନୁହେଁ ଏଇ ବିଧାନସଭା କ୍ଷେତ୍ରରୁ କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଭଳି ବିଭାଗରେ ଅବସ୍ଥାପିତ ହୋଇ ରାଜ୍ୟ ସରକାରରେ ଭାଗିଦାରୀ ହୋଇଛନ୍ତି ଏଇ ମାଟିର ନିର୍ବାଚିତ ପ୍ରତିନିଧି।

 

ଜଣେ ନୁହଁ, ଦୁଇଦୁଇ ଜଣ ନାରୀନେତ୍ରୀଙ୍କୁ ମଧ୍ୟ ଏକଦା ଏଇ ମାଟି ରାଜ୍ୟ ମନ୍ତ୍ରୀପରିଷଦରେ ମନ୍ତ୍ରୀ ହେବାର ସୁଯୋଗ ଦେଇଛି। ପୁଣି ସର୍ବୋତ୍କୃଷ୍ଟ ସୁଯୋଗ ଦେଇଛି ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ୱ କରିବା ପାଇଁ ସଂସଦ ଭବନ(ପାର୍ଲିଆମେଣ୍ଟ) ରେ।୧୯୭୧ ନିର୍ବାଚନରେ ଲୋକେ ସେ ସମୟର ରଣପୁର ବ୍ଲକର କ୍ରମାଗତ ଭାବେ (୧୯୬୧-୧୯୬୬) ମସିହା ଠାରୁ(୧୯୬୬-୧୯୭୧) ମସିହା ପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ହୋଇଥିବା ଜନପ୍ରିୟ ନେତୃତ୍ୱ ରମେଶ ପଣ୍ଡାଙ୍କୁ ସିପିଏମ୍ ଦଳରୁ ଲଗାତର ତିନି ଥର ବିଧାୟକ କରି ନିର୍ବାଚିତ କରଥିଲେ।

 

୧୯୮୦ ଓ ୧୯୮୫ ନିର୍ବାଚନରେ କଂଗ୍ରେସରୁ ରମାକାନ୍ତ ମିଶ୍ର କ୍ରମାଗତ ଦୁଇ ଥର ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ମାତ୍ର ୧୯୯୦ ମସିହା ବେଳକୁ ବିଜୁଙ୍କ ନେତୃତ୍ବାଧୀନ ଜନତା ଦଳରୁ ସେ ସମୟର ରାଜସୁନାଖଳା କଲେଜ ଅଧ୍ୟକ୍ଷ ଶରତ ମିଶ୍ର, ବିଧାୟକ ଭାବେ ରଣପୁରକୁ ଥରେ ପ୍ରତିନିଧିତ୍ୱ କରିଥିଲେ ଓ ପୁଣି ୧୯୯୫ ଓ ୨୦୦୦ ରେ ରମାକାନ୍ତ ବାବୁ ରଣପୁରକୁ କ୍ରମାଗତ ଆଉ ଦୁଇ ଥର କଂଗ୍ରେସ ଦଳରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ୨୦୦୦ ମସିହା ପୂର୍ବରୁ ବିଜେପି ସୁରମା ପାଢ଼ୀଙ୍କୁ ରଣପୁରକୁ ରାଜନୈତିକ ପର୍ଯ୍ୟବେକ୍ଷୀକା ଭାବେ ପଠାଇଥିଲା। ଆଉ ୮୪+୬୩ ଆସନ ବୁଝାମଣାରେ ରଣପୁର ବିଜେପି ଭାଗରେ ପଡିବାରୁ ପର୍ଯ୍ୟବେକ୍ଷୀକା ସୁରମା ପାଢ଼ୀଙ୍କୁ ରଣପୁର ବିଧାନସଭା ଲଢ଼ିବାର ସୁଯୋଗ ମିଳିଥିଲା ।

 

ଅବଶ୍ୟ ପ୍ରଥମ ଥର ପରାଜୟ ହେବା ପରେ ଦ୍ୱିତୀୟ ଥର ବିଧାୟିକା ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ରଣପୁରରୁ ରାଜମାତାଙ୍କ ପରେ ରମାକାନ୍ତ ମିଶ୍ର ଓ ଶ୍ରୀମତୀ ସୁରମା ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କଲେ ସତ ମାତ୍ର ସେମାନେ ମନ୍ତ୍ରୀପଦ ଓ ସମ୍ମାନ ଜନକ ବିରୋଧୀ ଦଳ ନେତା ପଦ ପାଇବାପରେ ଲୋକପ୍ରିୟତା ହରାଇ କେହି ଆଉ ବିଧାନସଭାକୁ ନିର୍ବାଚିତ ହେବାର ସୁଯୋଗ ପାଇ ପାରି ନାହାଁନ୍ତି। ବିଜେଡି, ବିଜେପି ବୁଝାମଣା ଭାଙ୍ଗିବାରୁ ରଣପୁରରେ ବିଧାୟକ ପଦବୀ ଦାବିଦାରଙ୍କ ସଂଖ୍ୟା ଏତେ ବେଶୀ ହୋଇଗଲା ଯେ ବାବୁ ସତ୍ୟ ନାରାୟଣ ପ୍ରଧାନଙ୍କୁ ନୟାଗଡ଼ ରାଜନୀତିରୁ ଆମଦାନୀ କରାଇ ରଣପୁର ବିଧାୟକ କରାଗଲା।

 

ପରେ ଅବଶ୍ୟ ନବୀନ ବାବୁ ରଣପୁର ମାଟିର ନେତାଟିଏ ଖୋଜି ସେ ସମୟର ବିଜେଡି ଜିଲ୍ଲା ସଭାପତି ରବି ମହାପାତ୍ରଙ୍କୁ ପାଇଲେ ଆଉ ରାଜ୍ୟସଭାକୁ କିଛିଦିନ ପଠାଇବା ପରେ ରଣପୁର ବିଧାୟକ ହୋଇଥିଲେ। ତେବେ ସମୟ ବଦଳି ଗଲା, ଭୂମିପୁତ୍ର ରବି ବାବୁ ଅଲୋଡ଼ା ହୋଇଗଲେ। ପୁଣି ସତ୍ୟ ନାରାୟଣ ପ୍ରଧାନ ( ବାଦଲ ବାବୁ) ଦ୍ଵିତୀୟ ଥର ପାଇଁ ଏବେ ରଣପୁର ବିଧାୟକ ହୋଇଛନ୍ତି ସତ, ମାତ୍ର ଦଳୀୟ ଅନ୍ତର୍ଦ୍ବନ୍ଦ ଯୋଗୁଁ ତାଙ୍କ ଜନପ୍ରିୟତା ଦିନକୁ ଦିନ ପ୍ରବଳ ଭାବେ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି। ଯଦିଓ ରଣପୁର ଲୋକେ ନବୀନ ବାବୁଙ୍କ ନେତୃତ୍ୱକୁ ପ୍ରଥମ ପସନ୍ଦ ଭାବେ ବିଚାରି ଜଣେ ଉପଯୁକ୍ତ ପ୍ରାର୍ଥି ଅପେକ୍ଷାରେ ଅଛନ୍ତି।

 

ସମୟ କଡ଼ ଲେଉଟାଏ। ରାତି ପରେ ଦିନ ହୁଏ, ମାସ ପରେ ମାସ ହୁଏ,ବର୍ଷ ପରେ ବର୍ଷ ହୁଏ,ନିର୍ବାଚନ ପରେ ନିର୍ବାଚନ ହୁଏ। କେତେ ନେତା ଆସନ୍ତି ପୁଣି କେତେ ନେତା ସମୟ ସ୍ରୋତରେ ବଦଳି ଯାଆନ୍ତି। କେତେବେଳେ ଉତ୍ଥାନ ହେଇଛି ତ କେତେବେଳେ ପତନ ପୁଣି କେତେବେଳେ ପରିବର୍ତ୍ତନ। କିନ୍ତୁ ୟା’ରି ଭିତରେ ବଦଳି ଯାଇଛି ରଣପୁର ବିଧାନସଭା କ୍ଷେତ୍ର। ଏବେ ଆଉ ସେ ସମୟର ରାଜନୀତି ନାହିଁ। କେତେ ରାଜନୈତିକ ଆକ୍ରୋଶ ଓ ଚକ୍ରବ୍ୟୁହରେ ପେଶି ହୋଇ ଆଜି ଏ ବିଧାନସଭା କ୍ଷେତ୍ର ସମଗ୍ର ରାଜ୍ୟରେ ଅବହେଳିତ। ବିଚାର କଲେ ଜଣାପଡେ ଏହି କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବାର ସିଂହ ଭାଗ ସୁଯୋଗ ଯାଇଛି କଂଗ୍ରେସ ଓ ବିଜୁ ଜନତା ଦଳକୁ। ସେ ସମୟରୁ ଆଜି ପର୍ଯ୍ୟନ୍ତ କିନ୍ତୁ ଯେତିକି ବିକାଶ ମୂଳକ କାର୍ଯ୍ୟ ରଣପୁରରେ ହେବାକଥା ତାହା ଆଖି ଦୃଶିଆ କିମ୍ବା ଉତ୍ସାହ ଜନକ ନୁହେଁ।

 

 

ତଥାପି ସତୁରୀ ଦଶକରୁ ୧୯୮୦ ମସିହା ପର୍ଯ୍ୟନ୍ତ ରଣପୁର ରାଜନୀତିକୁ ଅବଲୋକନ କଲେ ଜଣାଯାଏ ଯେ ଅଣ କଂଗ୍ରେସ ରାଜନୀତିରେ ନିଜକୁ ସମର୍ପି ଗରିବ,ଖଟିଖିଆ ଓ ମେହନତି ମଣିଷର ଅନ୍ତର୍ବେଦନାକୁ ଉପଲବ୍ଧି କରି ଆଖିରେ ଆଖିଏ ସ୍ୱପ୍ନ ନେଇ ରଣପୁର ବିଧାନସଭା କ୍ଷେତ୍ରର ସାମୁହିକ ଉନ୍ନତି/ବିକାଶ କରିବା ପାଇଁ ଆଗେଇ ଯାଇଥିଲେ ଜନନେତା ସ୍ୱର୍ଗତ ରମେଶ ବାବୁ। ସାମୁହିକ ଉନ୍ନତିକୁ ନଜରରେ ରଖି ଗରିବ ଖଟିଖିଆ ମେହନତି ମଣିଷର କାନ୍ଧରେ କାନ୍ଧ ମିଳେଇ କୃଷି ଓ କୃଷକର ଉନ୍ନତି କରିବା ପାଇଁ ଅଣ୍ଟା ଭିଡିଥିଲେ।

 

କୃଷିକ୍ଷେତ୍ରରେ ଜଳ ସେଚନର ସୁବିଧା ନିମନ୍ତେ ତାଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ସହାୟତାରେ ନିର୍ମିତ ହୋଇଥିଲା ଭେଟବର ଡ୍ୟାମ୍। ତତ୍ ସହିତ ରଣପୁରର ବିଭିନ୍ନ ନଦୀରେ ନଦୀବନ୍ଧ ନିର୍ମିତ ହୋଇଥିଲା। ରଣପୁର ଅଞ୍ଚଳର ହଜାର ହଜାର ହେକ୍ଟର ଜମିରେ ଜଳସେଚିତ ହେଲା। କୃଷକର ଦୁଃଖ ଲାଘବ ହୋଇଥିଲା। ଏହା ବ୍ୟତୀତ ରଣପୁର ଅଞ୍ଚଳର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ଗାଁ’ ଗାଁ’ କୁ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଥିଲା। ରଣପୁର ବ୍ଲକର ପାଖାପାଖି ୧୨୮ ଗୋଟି ଗାଁ’କୁ ବିଦ୍ୟୁତ୍ କରଣ ହୋଇଥିବା ଜଣାପଡିଛି। ଏପରିକି ରଣପୁରର ସମ୍ପତ୍ତି କୁହାଯାଉଥିବା କାଜୁ ବଗିଚା ସେ ସମୟରେ ତାଙ୍କ ପ୍ରଚେଷ୍ଟାରେ ଓଡ଼ିଶା ସରକାରଙ୍କ କାଜୁ କର୍ପୋରେସନ ମାଧ୍ୟମରେ ଶହଶହ ହେକ୍ଟର ଜମିରେ ସମ୍ଭବ ହୋଇ ପାରିଥିଲା।

 

ସେଥିପାଇଁ ତ ସେ ବିଧାନସଭା ସଭାକୁ ତିନି ତିନି ଥର ପ୍ରତିନିଧତ୍ୱ କରିବା ପାଇଁ ସୁଯୋଗ ପାଇଛନ୍ତି ସତୁରୀ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ। ସିପିଆଇ ଓ ସିପିଏମ୍ ନାମରେ କମ୍ୟୁନିଷ୍ଟ୍ ଦଳ ଦୁଇ ଭଗରେ ବିଭାଜିତ ହେଇଗଲା ପରେ ୧୯୯୩ରେ ଯୋଗ ଦିଅନ୍ତି ଜନତା ଦଳରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଭାବେ ତାଙ୍କର ସ୍ୱତନ୍ତ୍ର ଦବଦବା ଥିଲା ରାଜ୍ୟ ରାଜନୀତିରେ। ଏପରିକି ଜାତୀୟ ରାଜନୀତିରେ ମଧ୍ୟ ପରିଚୟ ତିଆରି କରିବାରେ ସେ ଥିଲେ ସିଦ୍ଧହସ୍ତ। ରାଜ୍ୟ ବାହାରେ ପଶ୍ଚିମ ବଙ୍ଗ,ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର ରାଜ୍ୟରେ ତାଙ୍କର ଥିଲା ଲୋକ ପ୍ରିୟତା।

ସମୟର ସାୟାହ୍ନରେ ଥକ୍କି ପଡିନଥିଲେ ସେ । ନୂଆ ରଣପୁର ପାଇଁ ସ୍ୱପ୍ନ ଦେଖୁଥିଲେ ସଦା ସର୍ବଦା। ସମୟ ତାଙ୍କୁ ସୁଯୋଗ ଦିଏ ଶେଷ ସମୟରେ ରାଜ୍ୟ ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା ହିସାବରେ ଦଳର ନୟାଗଡ଼ ଜିଲ୍ଲା ସଭାପତି ପଦବୀ ଦେଇ। ନୟାଗଡ଼ ବିଜୁ ଜନତା ଦଳର ସଭାପତି ପଦରେ ଅଭିସିକ୍ତ ହୁଅନ୍ତି ୧୯୯୮ ମସିହାରେ ସ୍ୱର୍ଗତ ରମେଶ ପଣ୍ଡା। ଜିଲ୍ଲାର ଛାମୁଆ ବିଜୁ ଲିଗାସୀ ଓ ସଙ୍ଗଠକମାନଙ୍କୁ ସାଥିରେ ନେଇ ଜିଲ୍ଲା ବିଜେଡ଼ିର ସଙ୍ଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜିଲ୍ଲା ସଙ୍ଗଠନ ପହଞ୍ଚିଥିଲା ଶୀର୍ଷ ସ୍ଥାନରେ।

 

କିନ୍ତୁ ବିଡ଼ମ୍ବନାର ବିଷୟ ଦଳର ବିଶାଳ ସଫଳତା ପୂର୍ବରୁ ତାଙ୍କର ଦେହାନ୍ତ ହେଇଗଲା ୨୦୦୩ ମସିହା ଡିସେମ୍ବର ମାସରେ। ତା’ପରେ ବିପର୍ଯ୍ୟୟର ସୂର୍ଯ୍ୟୋଦୟରେ ଉପନୀତ ହେଲା ରଣପୁର ବିଧାନସଭା। ସିଂହର ବଳ ସବୁଦିନ ପାଇଁ ନରମି ଗଲା। ରାଜନୈତିକ ଛନ୍ଦ କପଟ,ଚକ୍ରବ୍ୟୁହର ଶିକାର ହେଲା ରଣପୁର ବିଧାନସଭା କ୍ଷେତ୍ର। ଅବହେଳିତ ହେଲେ ରଣପୁର ବାସୀ। ଉତ୍ତମ ଓ ସାହାସୀ ନେତୃତ୍ୱ ପାଇବାରେ ବିଫଳ ହେଲେ। ଦୃଢ଼ ନେତୃତ୍ୱ ଦେଇଥିବା ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ପରେ ଏକଦା ରଣପୁରକୁ ଶ୍ରେଷ୍ଠ ଓ ସଫଳ ନେତୃତ୍ୱ ତାଙ୍କ ସୁପୁତ୍ର ସିଦ୍ଧାର୍ଥ ପଣ୍ଡା ଦେଇ ପାରିବା ଆଶାରେ ରଣପୁର ବାସୀ ଆଶା କରିଥିଲେ ୨୦୦୯ ମସିହା ସାଧାରଣ ନିର୍ବାଚନରେ।

କାରଣ ସେତେବେଳକୁ ରଣପୁର ନିର୍ବାଚନ ମଣ୍ଡଳୀରେ ଜଣେ ଦୃଢ ଯୁବ ସଙ୍ଗଠକ ତଥା ଯୁବନେତାର ପରିଚୟ ମିଳି ସାରିଥିଲା ସିଦ୍ଧାର୍ଥଙ୍କୁ। ରଣପୁର ବିଜୁ ଜନତା ଦଳର ତୃଣମୂଳ ସ୍ତରରେ ମଧ୍ୟ ନୂତନ ଆଶାର କିରଣ ଉଦୟ ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ରାଜନୈତିକ ଚକ୍ରବ୍ୟୁହ୍ୟରେ ତାଙ୍କ ଟିକେଟ୍ କଟି ଯାଇଥିଲା। ତଥାପି ସେ ଭାଙ୍ଗି ପଡିନଥିଲେ। ବିଜୁବାବୁ,ନବୀନ ବାବୁ ଓ ତାଙ୍କ ପିତାଙ୍କ ଆଦର୍ଶକୁ ପାଥେୟ କରି ନିଜର ସାଥି ସହଯୋଗୀ ଓ ସମର୍ଥକଙ୍କୁ ସାଥିରେ ନେଇ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ତୁଲେଇଥିଲେ ୨୦୧୯ ମସିହା ପର୍ଯ୍ୟନ୍ତ।

ଆଚରଣ ଓ ଉଚ୍ଚାରଣକୁ ସର୍ବଦା ଗୁରୁତ୍ୱ ଦେଉଥିବା ଯୁବ ସୁଲଭ ଚେହେରା ସିଦ୍ଧାର୍ଥ ପଣ୍ଡା ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ କଡ଼ ଲେଉଟେଇଲେ। କାରଣ ପୁଣିଥରେ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହେଲେ ସେ। ରଣପୁର ବାସୀଙ୍କ ସେବା ଉଦ୍ଦେଶ୍ୟରେ ଦଳ ତରଫରୁ ବିଧାନସଭା ଟିକେଟ୍ ପାଇବାକୁ ଆଶା ରଖିଥିବା ରଣପୁର ଜନତା ନିରାଶ ହେଲେ। ଅସନ୍ତୋଷ ଭାବ ପ୍ରକାଶ କରି ଅଭିମାନରେ ଦଳରୁ ଦୂରେଇ ଗଲେ ସିଦ୍ଧାର୍ଥ। ମନଦୁଃଖ କଲେ ରଣପୁର ବିଜୁ ଜନତାର ତୃଣମୂଳ ସ୍ତରର କର୍ମୀ,ନେତା,ଯୁବନେତା,ମହିଳା ନେତ୍ରୀ ସର୍ବୋପରି ରାଜ୍ୟର କିଛି ଶୀର୍ଷ ନେତୃତ୍ୱ।

ଅଭିମାନରେ ସେ ନିରବ ରହିଲେ କିମ୍ବା ଅନ୍ୟ ଦଳକୁ ଚାଲିଗଲେ ମଧ୍ୟ ମନ କିନ୍ତୁ ତାଙ୍କର ବିଜୁ ଜନତା ଦଳରେ। ଦଳର ସବୁ ବର୍ଗର ନେତୃତ୍ୱ ଏବେ ବି ତାଙ୍କ ସମ୍ପର୍କରେ ଅଛନ୍ତି। ଅଦ୍ୟାବଧି ସୁ-ସମ୍ପର୍କ ରହିଛି ଦଳର ନେତା,କର୍ମୀ,ସଙ୍ଗଠକ ସମସ୍ତଙ୍କ ମଧ୍ୟରେ। ଦଳକୁ ଫେରେଇ ଆଣିବା ପାଇଁ ରଣପୁର ବିଜୁ ଜନତା ଦଳର କର୍ମୀ ଠାରୁ ନେତା, ସଙ୍ଗଠକ ରୁ ସଙ୍ଗଠନ ଯାଏ ଯିଏ ଯେତେବେଳେ ବୁଝାଇଛନ୍ତି, କାହାକୁ ଏଡେଇ ଦେଇ ନାହାଁନ୍ତି; ଏଇ ପରିପ୍ରେକ୍ଷୀରେ ରଣପୁର ବିଜୁ ଜନତା ଦଳ ଚାହିଁ ରହିଛି ସିଦ୍ଧାର୍ଥଙ୍କ ଫେରିବା ବାଟକୁ।

ଯଦିଓ ୟାରି ଭିତରେ ରଣପୁର ବିଧାନସଭାରୁ ରବି ମହାପାତ୍ର,ଆଲୋକ ପଟ୍ଟନାୟକ,ଦେବାଶିଷ ପଟ୍ଟନାୟକ,ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ,ସନ୍ତୋଷ ଲେଙ୍କା,ଲିଙ୍କନ ସୁବୁଦ୍ଧି,ସ୍ମିତା ସିଂ ଓ ବିରଜା ଲକ୍ଷ୍ମୀ ସାହୁଙ୍କ ଭଳି ଅନେକ ଆଶାୟୀ ଦଳୀୟ ଟିକେଟ୍ ପାଇବା ଚର୍ଚ୍ଚାରେ ଅଛନ୍ତି;ତଥାପି ରଣପୁର ବାସୀ ଏଇୟା ହିଁ ଚାହାଁନ୍ତି ସିଦ୍ଧାର୍ଥ ପଣ୍ଡାଙ୍କ ଭଳି ନେତା ସାମ୍ପ୍ରତିକ ପରିସ୍ଥିତିରେ ଆମକୁ ଦୃଢ଼,ସ୍ଥିର ଓ ସଫଳ ନେତୃତ୍ୱ ଦେଇପାରି ରଣପୁର ରୂପରେଖ ବଦଳାଇବାରେ ସମର୍ଥ ହେବେ। ସେ ସୁଯୋଗ ସମୟ କେବେ ଦେବ ଏଇ ଭାବନା ନେଇ ରଣପୁର ବାସୀ ଚାହିଁ ରହିଛନ୍ତି ଆଗନ୍ତୁକ ସମୟକୁ..?

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ – ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା

May 8, 2026

Recent News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ – ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା

May 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version