No Result
View All Result
★ ହେଉନି ନିୟମିତ ଯାଞ୍ଚ,ଶୋଷଣର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ
★ ନିୟୋଜିତ ହେଉଛନ୍ତି ସରକାରୀ ଶିକ୍ଷକ
୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :-> ଗତ ଜାନୁଆରୀ ୨୬ ତାରିଖ ରାତିରେ ଦେବୀସ୍ ଟ୍ୟାଲେଣ୍ଟ ଟ୍ୟୁଟୋରିଆଲ୍ ଛାତ୍ରଛାତ୍ରୀଙ୍କୁ ନେଇ ପିକନିକ୍ ଯାଉଥିବା ଘରୋଇ ବସ୍,ଦଶପଲ୍ଲା ବ୍ଲକ୍ ଶାଳଭଂଗା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଘଟିବା ପରେ , ଶିକ୍ଷା ବିଭାଗଶକାର୍ଯ୍ୟଶୈଳୀକୁ ନେଇ ଅଭିଭାବକ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦଶପଲ୍ଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଛତୁ ଫୁଟିବା ଭଳି ବେଆଇନ ଭାବେ ଘରୋଇ କୋଚିଂ ସେଣ୍ଟର ଏବଂ ଆବାସିକ ହଷ୍ଟେଲ୍ ଖୋଲୁଛି ।
ଶହଶହ ଛାତ୍ରଛାତ୍ରୀଙ୍କୁ ବେଆଇନ ଭାବେ ହଷ୍ଟେଲରେ ରଖାଯାଇ କୋଚିଂ ଦିଆଯାଉଛି। ଅନେକ ସ୍ଥାନରେ ଏହି କୋଚିଂ ସେଣ୍ଟର ସରକାରୀ ଶିକ୍ଷକମାନେ ଖୋଲୁଥିବା ବେଳେ ଆଉ କେତେକ ସ୍ଥାନରେ ସରକାରୀ ଶିକ୍ଷକମାନେ ଏହି କୋଚିଂ ସେଣ୍ଟରରେ ମୋଟା ଅଙ୍କର ମୁନାଫା ନେଇ ନିୟୋଜିତ ହେଉଛନ୍ତି । ଏସବୁ କୋଚିଂ ସେଣ୍ଟର ଖୋଲିବା ଉପରେ କୋର୍ଟ ଏବଂ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଉଥିବା ବେଳେ, ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ନିଦାବିଷ୍ଣୁ ପାଲଟିଛି।

ବ୍ଲକ୍ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଧିକାରୀଙ୍କ ଜାଣତରେ ଏସବୁ କୋଚିଂ ସେଣ୍ଟର ଏବଂ ଆବାସିକ ହଷ୍ଟେଲ ଚାଲି ଆସୁଥିବା ବେଳେ , ସବୁଜାଣି ଅଧିକାରୀମାନେ ଚୁପ୍ ରହୁଛନ୍ତି ।
ବଡକଥା ହେଉଛି କୋଚିଂ ସେଣ୍ଟରଗୁଡ଼ିକରେ , ଅନେକ ସମୟରେ ଛାତ୍ରୀମାନେ ଶିକ୍ଷକଙ୍କ ଦ୍ବାର ଅସଦାଚରଣର ଶିକାର ହେଉଛନ୍ତି। ଦିନକୁ ଦିନ ଏଭଳି ଘଟଣା ବଢ଼ି ଚାଲିବା ଦ୍ବାରା ଶିକ୍ଷା ବିଭାଗ ଅପବାଦ ମୁଣ୍ଡାଉଛି।
ସେହିଭଳି କୋଚି ସେଣ୍ଟରରେ ଛାତ୍ରଛାତ୍ରୀଙ୍କଠାରୁ ମାତ୍ରାଧିକ ଟଙ୍କା ଆଦାୟ କରାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଅଭିଭାବକମାନେ ମୁଣ୍ଡପାତି ସହିବାକୁ ବାଧ୍ୟ ହେଉଛନ୍ତି। ଖାଲି ସେତିକି ନୁହେଁ, ଆଶ୍ରମ ବିଦ୍ୟାଳୟରେ ଅନ୍ତେବାସୀଙ୍କ ଖାଦ୍ୟପେୟର ଯାଞ୍ଚ ପାଇଁ ନିୟମ ଥିବାବେଳେ ଏସବୁ କୋଚିଂ ସେଣ୍ଟରରେ ଖୋଲାଯାଇଥିବ ହଷ୍ଟେଲରେ ଖାଦ୍ୟପେୟକୁ କିଏ ଯାଞ୍ଚ କରୁଛି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁର୍ଘଟଣାରେ ୩ ଜଣ ଛାତ୍ରୀ ପ୍ରାଣ ହରାଇବ ପରେ ଶିକ୍ଷା ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦୃଢ଼ ଦାବି ହେଉଛି ।

No Result
View All Result