No Result
View All Result
୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୂଆଗାଁ :-> ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ୬ତମ ସାଧାରଣ ଅଧିବେଶନ ସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ,୧୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଜସ୍ମିନୀ ଦାସ,୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା,

ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ସମେତ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଏବଂ ବ୍ଲକର ସମସ୍ତ ବିଭାଗର ପ୍ରଶାସନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟତଃ ସ୍ବାସ୍ଥ୍ୟ, ଉଦ୍ୟାନ କୃଷି, ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା, ମନରେଗା ଯୋଜନା ଉପରେ ଆଲୋଚନା କରାଯାଇଥିଲା ।

ବ୍ଳକର ସମସ୍ତ ପଞ୍ଚାୟତରେ ପିଇବା ପାଣି ସମସ୍ୟା ରହିଥିବାରୁ ବିଭାଗୀୟ ଅଧିକାରୀ ଏହା ଉପରେ ସନ୍ତୁଷ୍ଟ ଜନକ ଉତ୍ତର ଦେଇନଥିବାରୁ କିଛି ସମୟ ପାଇଁ ଜନପ୍ରତିନିଧି ମାନେ ହୁ ହାଲା କରିଥିଲେ ଏମିତିକି ବିଭାଗୀୟ ଯନ୍ତ୍ରୀଙ୍କୁ ଯାହା ତଥ୍ୟ ମଗାଯାଇଥିଲା ସେ ତାକୁ ଏପଟ ସେପଟ କରି ମନଇଚ୍ଛା ମତ ରଖିଥିଲେ, ଯାହାଫଳରେ ବିଧାୟକ ରାଗିଯାଇ ଯନ୍ତ୍ରୀଙ୍କୁ ଏମିତି ବିଭ୍ରାନ୍ତିକର ତଥ୍ୟ ଗୃହରେ ନଦେଇ ତୁରନ୍ତ ସମାଧାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିପିଓ ସାଧୁଚରଣ ସାହୁ।


No Result
View All Result