No Result
View All Result
୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ପ୍ରଥମ ସେମି ଫାଇନାଲ ଖେଳ ହୋଇଯାଇଅଛି। କାଶୀପୁର ଖେଳପଡିଆ ରେ ଏହି ପ୍ରଥମ ସେମି ଫାଇନାଲ ମ୍ୟାଚରେ ଏଫସି କ୍ଳବ ଖଣ୍ଡପଡା ଓ ସ୍ପୋର୍ଟ୍ସ କ୍ଳବ କୁହୁଡ଼ି ମଧ୍ଯରେ ହୋଇଥିଲା। ନିର୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇନପାରି ବା ଫଳରେ ଟ୍ରାଇବେକର ର ସହାୟତା ନିଆଯାଇଥିଲା।
ଟ୍ରାଇବେକର ରେ ଏଫ୍ସି କ୍ଳବ ଖଣ୍ଡପଡା ୪-୨ ଗୋଲରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି।ଆଜିର ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି କାର୍ଯକାରିଣୀ ସଦସ୍ଯ କାଳୁ ଚରଣ ଖଣ୍ଡାୟତରାୟ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବିଜେପି ଯୁବ ନେତା ରାମ ନାରାୟଣ ଦାଶ,ବଜେପି ସଂଗଠକ କିଶୋର ବରାଳ, ଯୁବ ବିଜେଡି ନେତା ପ୍ରଭାତ ସ୍ବାଇଁ ଯୋଗ ଦେଇଥିଲେ ।

ଭୈରବୀ ଯୁବ ସଂସଦ ର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ବିଧୁ ଭୂଷଣ ମହାରଣା। ଖେଳ ପରିଚାଳନା କରିଥିଲେ ଅବିନାଶ ପଟ୍ଟନାୟକ,ସୁକାନ୍ତ ପ୍ରଧାନ, କ୍ରୁଷ୍ନଚନ୍ଦ୍ର ବେହେରା ଓ ମ୍ୟାଚ ରେଫରୀ ହ୍ରୁଦାନନ୍ଦ ମହତରାୟ। ଧନ୍ଯବାଦ ଦେଇଥିଲେ ସଂପାଦକ ନ୍ରୁସିଂହ ଦଳେଇ।
କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ।ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳାଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆସନ୍ତାକାଲି ରଘୁନାଥ କ୍ଳବ ଟାଙ୍ଗୀ ଓ କୁସୁମାଟି କ୍ଳବ ମଧ୍ଯରେ ଦ୍ବିତୀୟ ସେମି ଫାଇନାଲ ଖେଳ ହେବାର ଯୁବ ସଂସଦ ପକ୍ଷରୁ ସୂଚନା ମିଳିଛି।

No Result
View All Result