୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା :-> ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତୁଳସୀ ବେରେଣା ଖେଳପଡିଆ ରେ ପଂଚାୟତର ଜାମୁସାହି, ତୁଳସୀ ବେରେଣା,ଦେଉଳି, ପାରିଖେତା, ନୁଆପଲ୍ଲିର ଶତାଧିକ ଯୁବକ ମାନଙ୍କ ସହଯୋଗରେ ଆଞ୍ଚଳିକ କପ୍ ୨୦୨୪ ର ଫାଇନାଲ ଦିବସରେ ମଙ୍ଗଳା କ୍ଲବ୍ କଟକ ସହିତ ଇଉନାଇଟେଡ ସ୍ପୋର୍ଟସ ବରଗଡ଼ ଜୋରଦାର ଟକ୍କର ହୋଇ ପ୍ରଥମାର୍ଦ୍ଧରେ ମଙ୍ଗଳା କ୍ଲବ୍ କଟକ ଇଉନାଇଟେଡ ସ୍ପୋର୍ଟସ ବରଗଡକୁ ଗୋଲ ଦେଇ ୧/୦ ଗୋଲରେ ଆଗୁଆ ରହିଥିଲା ବେଳେ ଦିତ୍ୱୀୟାର୍ଦ୍ଧରେ କୌଣସି ଦଳ କାହା ଉପରେ ଗୋଲ ଦେଇ ପାରି ନଥିଲେ। ଫଳ ସ୍ୱରୂପ ମଙ୍ଗଳା କ୍ଲବ୍ କଟକ ୧/୦ ଗୋଲରେ ଆଗୁଆ ହୋଇ ଚମ୍ପିୟାନ ହୋଇଥଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଦା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ମାନେ ଅଭିଜିତ ପାଲ୍ (ଯୁଗ୍ମ ସମ୍ପାଦକ, ଫୁଟବଲ୍ ଆସୋସିଏସନ୍ ଓଡିଶା), ପଙ୍କଜ ଲୋଚନ ମହାନ୍ତି (ଉପ ସଭାପତି, ଓ ସି ଏ କଟକ), ବିକାଶ ପ୍ରଧାନ( କୋଷାଧ୍ୟକ୍ଷ , ବାରବାଟି ଷ୍ଟାଡିୟମ କଟକ), ରାକେଶ କୁମାର ସ୍ବାଇଁ( ଶାଖା ପରିଚାଳକ, ଆଇ ସି ଆଇ ସି ବ୍ୟାଙ୍କ୍ ଖୋର୍ଦ୍ଦା), ଶେଖ୍ ୟୁସୁଫ (ସଭାପତି, ନୟାଗଡ଼ ବସ ଆସୋସିଏସନ୍) ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ କପ୍ କମିଟିର ସଭାପତି ଶେଖ୍ ସାମସୁର ଖାଁ ସମସ୍ତ ଅତିଥି ମାନଙ୍କୁ ବାଜା ବଜାଇ ପାଛୋଟି ଆଣିଥିଲେ।

ସଂପାଦକ ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ ଆହେମଦ୍ ଖାଁ ଓ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, କ୍ରିଡ଼ା ପରିଚାଳକ ଆଲଃହାର ଖାଁ, ଉପଦେଷ୍ଟା ଇଶା ଖାଁ, ଫିଦା ହୁସେନ ଖାନ୍, ରଜନୀକାନ୍ତ ଶ୍ରୀଚନ୍ଦନ, ରେଡ ରୋଜ କ୍ଲବ୍ ସଭାପତି ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳ କାର୍ଯ୍ୟକ୍ରମକୁ ସୂ ପରିଚାଳନା କରିଥଲେ। ଆଞ୍ଚଳିକକମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଦର୍ଶକ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ କମିଟି ତରଫରୁ ଚିଅର୍ ଗାର୍ଲ୍ ମାନେ ବିଭିନ୍ନ ଶୈଳୀରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଚମ୍ପିୟାନ ଦଳ ମଙ୍ଗଳା କ୍ଳବ୍ କଟକ ଟ୍ରଫି ସହ ପଇନ୍ତିରିଶି ହଜାର ଟଙ୍କାର ପୁରସ୍କାର ରାଶି ଓ ରନରସପ ଦଳ ବରଗଡ଼ ଇଉନାଇଟେଡ ସ୍ପୋର୍ଟସ ଦଳ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଅତିଥି ମାନଙ୍କ ଠାରୁ ହାସଲ କରିଥିଲେ।

ମୁଖ୍ୟ ରେଫରି ଶିବ ଶଙ୍କର ପଣ୍ଡା, ସହଯୋଗୀ ରେଫରି ଶିବ ସାମନ୍ତରାୟ, ଏମ ଏସ ବେଗ, ଶୁଶାନ୍ତ କୁମାର ମିଶ୍ର ପ୍ରମୁଖ ଖେଳକୁ ସୂ ପରିଚାଳନା କରିଥଲେ । ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଆୟୋଜକ ମାନଙ୍କ ଦ୍ଵାରା ଲଟେରୀ କାର୍ଯ୍ୟ କ୍ରମ କରାଯାଇ ବିଜେତା ମାନଙ୍କୁ ପାଞ୍ଚଟି ଛତା, ପାଞ୍ଚଟା ଆଇରନ, ଗୋଟିଏ ଗ୍ରାଇଣ୍ଡର ଓ ଗୋଟିଏ ସାଇକେଲ ଦର୍ଶକ ମାନଙ୍କ ମଧ୍ୟରେ ବିଧାୟକ ଓ ଅତିଥି ମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ସର୍ବ ଶେଷରେ ସାଇକେଲ ପ୍ରାଇଜଟିକୁ ନିକଟସ୍ଥ ଡିଙ୍ଗର ପଂଚାୟତର ଚଣ୍ଡିଆପଲା ଗ୍ରାମର ଗଣେଶ୍ୱର ସାହୁ, ୩୦୩ ନମ୍ବର ରସିଦ ଅନୁସାରେ ପାଇଲେ । ଆଗାମୀ ଦିନରେ ସ୍ଥାନୀୟ ଖେଳାଳି ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ସ୍ଥାନୀୟ ଅଞ୍ଚଳରେ ଫୁଟବଲ ଖେଳାଳୀ ମାନଙ୍କ ଉନ୍ନତୀ ନିମନ୍ତେ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଆୟୋଜକ ଇଶା ଖାନ ସୁଚନା ଦେଇଛନ୍ତି ।















