୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଏଥିରେ ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ ସଭାପତିତ୍ୱରେ ସାହିତ୍ୟିକ ତଥା ପ୍ରଫେସର ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି, କବି ରବିନାରାୟଣ ମଙ୍ଗରାଜ ମୁଖ୍ୟ ବକ୍ତା ଓ ବାଙ୍କୀ ଅତିରିକ୍ତ ତହସିଲଦାର ସୋନମ ପ୍ରିୟଦର୍ଶିନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ତମ ଛାତ୍ର ଛାତ୍ରୀ ମାନେ ଉତ୍ତମ ଅଧ୍ୟବସାୟ ସଫଳତା ହାସଲ କରିବା
ପାଇଁ ସହାୟକ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଅଧ୍ୟାପିକା ତୃପ୍ତି ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ବିଭିନ୍ନ ସଭାର ପ୍ରାରମ୍ଭରେ ନାଟ୍ୟ ନିର୍ଦ୍ଦେଶକ ଧ୍ରୁବ ଚରଣ ମହାପାତ୍ରଙ୍କ ରଚିତ ଓ ସ୍ଵର ସଂଯୋଜନାରେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ପରେ ପ୍ରତିଯୋଗିତାରେ ଅତିଥି ପରିଚୟ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ମୁକେଶ କୁମାର ସାହୁ ଓ ଅଧ୍ୟାପିକା ମୌସୁମୀ ପଟେଲ ପରିଚାଳନା କରିଥିଲେ।













