୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନ :-> ଢେ଼ଙ୍କାନାଳ ଜିଲ୍ଲା ପାରିମାଳ ଡିଗ୍ରୀ ମହାବିଦ୍ୟାଳୟ ପଣ୍ଡୁଆ ଠାରେ ନୁଆ ଓଡ଼ିଶା ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାରିମାଳ ମହାବିଦ୍ୟାଳୟ ,ପଣ୍ଡୁଆ ର ପୂର୍ବତନ ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରାଚୀନତା ଆବଶ୍ୟକତା ଓ ଜଗନ୍ନାଥ ସଂସ୍କୃତି ଉପରେ ବହୁ ତଥ୍ୟ ଭିତ୍ତିକ ତାତ୍ତ୍ବିକ ବକ୍ତବ୍ୟ ପ୍ରଦାନ କରିବା ସହ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ବିଶ୍ବ ର ଠାକୁର ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ପିତବାସ ମହାରଣା ପୁଷ୍ପ ଗୁଛ ଓ ଉତ୍ତରୀୟ ପ୍ରଦାନ କରି ଶ୍ରୀଯୁକ୍ତ ପାଣିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଚିତ୍ତରଞ୍ଜନ ସାହୁ ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବିଭୁଦେନ୍ଦୁ ପ୍ରଧାନ, ଦେଵରାଜ ସାହୁ, ଚିତ୍ତରଞ୍ଜନ ରାଉତରାୟ, ଉଗ୍ରସେନ ସାହୁ ଯୋଗଦାନ କରି ଓଡ଼ିଆ ଭାଷା ବ୍ୟବହାର ବିଷୟରେ ଗୁରୁତ୍ବ ଦେଇଥିଲେ । ଅଧ୍ୟାପିକା ଶ୍ରୀମତୀ ବିନୋଦିନୀ ବେହେରା ସଭା ପରିଚାଳନା କରିଥିଲେ ।