୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନ :- ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷlନଗର ରଗଡ଼ିପଡ଼ା ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ୨୯ ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସମ୍ପାଦକ ସତ୍ୟାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତା ଓ ଶିଶିର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାରିମାଳ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୈତିକ ଶିକ୍ଷା ପ୍ରଦାନ ସହିତ ବାପା ମାଆ ମାନେ ଶ୍ରେଷ୍ଠ ଆଚାର୍ଯ୍ୟ ବୋଲି ସମ୍ବୋଧନ କରି ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବେସରକାରୀ ବିଦ୍ୟାଳୟ ର ଗୁରୁଜୀ,ଗୁରୁମା ମାନେ ସ୍ୱଳ୍ପ ବେତନ ରେ ଉନ୍ନତ ମାନର ଶିକ୍ଷାଦାନ କରୁ ଥିବାରୁ ଦିନକୁ ଦିନ ବେସରକାରୀ ବିଦ୍ୟାଳୟ ଗୁଡିକରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିପାଇଁ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ, ପ୍ରଧାନ ଆଚାର୍ଯ୍ୟା ଓ ଗୁରଜୀ ଗୁରୁମା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
















