ଓଡିଶା ତାଜା ନ୍ୟୁଜ୍ (୨୪ ଜୁଲାଇ ଶୁକ୍ରବାର ) କଟକ /ମାହାଙ୍ଗା :- ଭାରତ ବର୍ଷରେ ବିଭିନ୍ନ ପୁଷ୍ପ ଦେଖିବାକୁ ମିଳୁଥିବାବେଳେ ପାରିଜାତ ପୁଷ୍ପ ଫୁଟିବା ବିରଳ, ଏପରି ବିରଳ ପୁଷ୍ପ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଲଳିତଗିରି ପଞ୍ଚାୟତର ହରିଭକ୍ତ ପୁର ଗ୍ରାମରେ, ଗାଁର ବିଶ୍ୱନାଥ ଦାସ ଓ ଶୁପ୍ରଭା ଦେଇଙ୍କ ବାଡିରେ ଦୀର୍ଘ ୯ବର୍ଷ ବ୍ୟବଧାନରେ ଫୁଟିଛି ଏହି ପାରିଯାତ ଫୁଲ । ବିଶ୍ୱନାଥ ଦାସ ଜଣେ ଶିକ୍ଷକ ସେ କଲିଲତାରୁ ଏହି ପାରିଯାତ ଫୁଲ ଗଛଟିକୁ ଆଣି ନିଜ ବାଡ଼ିରେ ଲଗାଇଥିଲେ ।
ପାରିଜାତ ଫୁଲ ଫୁଟିବାପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସାଧାରଣତ ଲୋକଙ୍କ କହିବାକଥା ପାରିଜାତହେଉଛି ସ୍ୱର୍ଗର ଫୁଲ, ଏହି ଫୁଲ ଖୁବ୍ କମ୍ ଯାଗାରେ ଫୁଟିବା ଦେଖିବାକୁ ମିଳେ । ଏହି ଫୁଲ ଫୁଟିବା ଆଗକୁ ଶୁଭଙ୍କର ବୋଲି ପୌରାଣିକ ମତ ରହିଛି, । ଲଗ୍ ଡାଉନ୍ ଯୋଗୁ ଏହି ପାରିଜାତ ପୁଲଟିକୁ ପୁରୀ ଶ୍ରୀମନ୍ଦିର ନେବା କଷ୍ଟ କର ହେବାରୁ ପୂଜାର୍ଚନା କରାଯାଇ ଏକ ଶୋଭାଯାତ୍ରାରେ ପୁଷ୍ପ କୁ ନିଆଯାଇ ନିଜଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଶ୍ରୀଜିଉଙ୍କ ମସ୍ତକରେ ଚଢାଯାଇଛି (ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)